୨୯ ତାରିଖ ପର୍ଯ୍ୟନ୍ତ ତାଲା ବନ୍ଦକୁ ଆଖି ଆଗରେ ସେସୁର କଲେକ୍ସନ କାଉଣ୍ଟର ବନ୍ଦ

ଅସୁବିଧା ହେଲେ ୧୯୨୯ରେ ଫୋନ କର, ଚନ୍ଦକା ଅଞ୍ଚଳ ଶୂନଶାନ୍‌

ଭୁବନେଶ୍ବର : ଆଜି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ତାଲା ବନ୍ଦକୁ ଆଖି ଆଗରେ ରଖି ସେସୁ ସମସ୍ତ ଦେୟ ଆଦାୟ କାଉଣ୍ଟର ବନ୍ଦ ରଖିଛି। ଗ୍ରାହକମାନେ ଏହି ସମୟରେ ଅନ୍‌ଲାଇନ୍‌ ଜରିଆରେ ଦେୟ ଦେଇ ପାରିବେ। ତେବେ ସେସୁ ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ସମସ୍ତ ଅଫିସ୍‌ ଖୋଲା ରହିବ। କିନ୍ତୁ ଯଥା ସମ୍ଭବ କମ୍‌ କର୍ମଚାରୀରେ କାମ କରିବା ପାଇଁ ସମସ୍ତ ସୁପରିନଟେଣ୍ଡେଣ୍ଟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେସୁ ଘୋଷଣା କରିଛି।

ଅସୁବିଧା ହେଲେ ୧୯୨୯ରେ ଫୋନ କର
ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତାଲା ବନ୍ଦ ଘୋଷଣା କରିଛନ୍ତି। କିନ୍ତୁ ଜରୁରୀକାଳୀନ ସେବା ଉପଲବ୍ଧ ହେଉଛି। ଯଦି ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରେ କୌଣସି ଲୋକଙ୍କର କିଛି ଅସୁବିଧା ହେଉଥିବ ତେବେ ସେମାନେ ୧୯୨୯ ନମ୍ବରରେ ଯୋଗାଯୋଗ କରିପାରିବେ। ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

ଚନ୍ଦକା ଅଞ୍ଚଳ ଶୂନଶାନ୍‌
ମେଣ୍ଢାଶାଳ : ଭୁବନେଶ୍ୱର ଉପକଣ୍ଠ ଚନ୍ଦକାଠାରୁ ପିତାପଲ୍ଲୀ ମଧ୍ୟରେ ଥିବା ସମସ୍ତ ଗାଁ ଓ ବସ୍ତିର ଲୋକମାନେ ଜନତା କର୍ଫ୍ୟୁ ଓ ତାଲା ବନ୍ଦକୁ ବିପୁଳ ସମର୍ଥନ ଜଣାଇଛନ୍ତି। ଏହି ଅବସରରେ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ଫାଣ୍ଡି ଫାଣ୍ଡି ଅଧୀନରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଲୋକମାନେ ପଦାକୁ ନ ବାହାରିବା ପାଇଁ ମେଣ୍ଢାଶାଳ ଗାଁରେ ଘଣ୍ଟ ପିଟି ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏହି ଅଞ୍ଚଳରେ ଚନ୍ଦକା, ଭୋଳା, ଗୋଡ଼ିବାରି, କଣ୍ଟାବାଡ଼, କାଟେଣୀ, ଗିରିଙ୍ଗାପୁଟ, ମେଣ୍ଢାଶାଳ, ଜାମୁଝରୀ, ଛତାବର ଓ ପାଣିଓରା ଗାଁର ଲୋକମାନେ ଘରୁ ବାହାରି ନଥିଲେ। ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ପିସିଆର ଗାଡ଼ିରେ ବୁଲି ଲୋକମାନଙ୍କୁ ସହଯୋଗ କରିବାକୁ କହିଥିଲେ।

ସମ୍ବନ୍ଧିତ ଖବର