ସିଇଟି ଏନ୍‌ଏସ୍‌ଏସ୍‌ ସଂଗଠନର ବଡ଼ଦିନ ଉତ୍ସବ ‘ଉମ୍ମିଦ’

ଭୁବନେଶ୍ୱର: ସିଇଟି, ଭୁବନେଶ୍ୱରର ଏନ୍‌ଏସ୍‌ଏସ୍‌ ସଂଗଠନ ଦ୍ୱାରା କଟକର ‘ଯଶୋଦା ସଦନ’ ଆଶ୍ରମଠାରେ ବଡ଼ଦିନ ଉତ୍ସବ ‘ଉମ୍ମିଦ’ ପାଳିତ ହୋଇଯାଇଛି। ଛୋଟ ପିଲାମାନଙ୍କ ମନରେ ଆଶାର ନୂତନ କିରଣ ଉଜ୍ଜୀବିତ କରିବା ଥିଲା ଏହାର ଲକ୍ଷ୍ୟ। ଏଥିରେ ଏନ୍‌ଏସ୍‌ଏସ୍‌ କର୍ମୀମାନେ ଆଶ୍ରମର ପିଲାମାନଙ୍କ ସହ କେକ୍‌ କାଟିବା ସହ ସେମାନଙ୍କୁ ଚକୋଲେଟ୍‌, ବିସ୍କୁଟ୍‌, କେକ୍‌ ସହ ଖାତା, ପେନ୍‌ ଓ ଆଶ୍ରମର ରୋଷେଇ ପାଇଁ ଚାଉଳ, ଅଟା, ଡାଲି ଓ ଚିନି ଆଦି ବଣ୍ଟନ କରିଥିଲେ। ଏହି ଉତ୍ସବରେ ସିଇଟି ଏନ୍‌ଏସ୍‌ଏସ୍‌ର ଅଧ୍ୟାପକ ବିଶ୍ୱଜିତ ସାମନ୍ତରାୟ, ଛାତ୍ର ସଂପାଦକ ଆଶୀର୍ବାଦ ପଟ୍ଟନାୟକ, ସଂପାଦିକା ଶିଖା ମହାପାତ୍ର ଓ ସାଗର ସାମଲଙ୍କ ସହ ଆଶ୍ରମର ସୁପରିନ୍‌ଟେଣ୍ଡଣ୍ଟ୍‌ ବଂଶୀ ଭାଇ ଓ ବିଷ୍ଣୁ ସାର୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର