କାର୍ତିକ ପୂର୍ବରୁ ଛାଡ଼ଖାଇ

ଭୁବନେଶ୍ବର : ଦିନ କେଇଟା ପରେ ଆଶ୍ବିନ ବିଦାୟ ନେବ। ଧର୍ମ ମାସ କାର୍ତିକ ଆରମ୍ଭ ହୋଇଯିବ। ଘରେ ଆମିଷ ପଶିବ ନାହିଁ। ତେଣୁ କାର୍ତିକ ପାଦ ଥାପିବା ଆଗରୁ ଘରେଘରେ ଛାଡ଼ଖାଇ ପର୍ବ ଆରମ୍ଭ ହୋଇଯାଇଛି। କାର୍ତିକ ପୂର୍ବରୁ ଆଜି ଥିଲା ମୁଖ୍ୟ ଆମିଷ ବାରି। ତେଣୁ ସକାଳ ପାହିବା କ୍ଷଣି ଆମିଷ ହାଟ ଲୋକାରଣ୍ୟ ହୋଇଯାଇଥିଲା। ମାଛ, ମାଂସ ଯିଏ ଯାହା ପାରୁଥିଲା ବୋହି ନେଉଥିଲା। ଯେମିତି ଅନେକ ଦିନ ଯାଏଁ ପାଟି ଆଉ ଆମିଷର ସ୍ବାଦ ଚାଖି ପାରିବନି। ୪ ନମ୍ବର ଆମିଷ ହାଟର ଦୃଶ୍ୟ ଆଜି ଏମିତି ବୟାନ କରୁଥିଲା। ମାଛର ଦର ବଢ଼ିନଥିଲା। କିନ୍ତୁ ଧୀରେଧୀରେ ଖାଲି ହେବାରୁ ହଠାତ୍ ମୂଲ୍ୟ ବଢ଼ି ଯାଇଥିଲା। ମଟନ୍‌ ଓ ଚିକେନ୍‌ ବଜାରରେ ମଧ୍ୟ ଅନୁରୂପ ଭିଡ଼ ପରିଲକ୍ଷିତ ହୋଇଥିଲା। ବ୍ୟବସାୟୀ ଅଶ୍ବିନୀ ଖଟୁଆଙ୍କ ସୂଚନା ମୁତାବକ, ପାମ୍ପ୍‌ଲେଟ୍ ମାଛର ଦର ୫୦୦ ଟଙ୍କା ଏବଂ ଖଅଙ୍ଗାର ଦର ୪୦୦ ଟଙ୍କା ଥିଲା। ତେବେ ଏହି ମାଛଗୁଡ଼ିକ ଭଲ ବିକ୍ରି ହୋଇଥିଲା। ଆଜି ଯେମିତି ଲୋକେ ଆମିଷ ପାଇଁ ହାତ ଖୋଲି ଦେଇଥିଲେ।

ସମ୍ବନ୍ଧିତ ଖବର