ଜାଗରରେ ଅଘଟଣ : ସୁନା ଚେନ୍‌ ଭାବି ଇମିଟେସନ୍‌ ଝାମ୍ପିନେଲେ

Advertisment
ଜାଗରରେ ଅଘଟଣ : ସୁନା ଚେନ୍‌ ଭାବି ଇମିଟେସନ୍‌ ଝାମ୍ପିନେଲେ

ଭୁବନେଶ୍ବର : ମହାଶିବରାତ୍ରି ଅବସରରେ ଉତ୍ସବମୁଖର ହୋଇଥିଲା ଶ୍ରୀଲିଙ୍ଗରାଜଙ୍କ ପୀଠ। ସକାଳୁ ରାତି ଯାଏଁ ଲାଗିଥିଲା ଗହଳ ଚହଳ। ଧାଡ଼ି ବାନ୍ଧି ଭକ୍ତ ମନ୍ଦିରରେ ପ୍ରବେଶ କରୁଥିବା ବେଳେ ଅପରାଧ ରୋକିବା ପାଇଁ ପୁଲିସ ବ୍ୟାପକ ପ୍ରସ୍ତୁତି କରିଥିଲା। ହେଲେ ଗହଳିର ସୁଯୋଗ ନେଇଥିଲା ଅପରାଧୀ। ଭକ୍ତଙ୍କଠାରୁ ଝାମ୍ପି ନେଇଥିଲା ଚେନ୍‌ ଓ ମୋବାଇଲ। ଗହଳିରେ ୪ଜଣଙ୍କ ବେକରୁ ସୁନା ଚେନ୍‌ ଲୁଟ୍‌ ହୋଇଥିବା ବେଳେ ୩ ଜଣଙ୍କ ପକେଟ୍‌ରୁ ମୋବାଇଲ ଚୋରାଇ ନେଇଥିଲେ ଦୁର୍ବୃତ୍ତ। ତେବେ ୪ଟି ସୁନା ଚେନ୍‌ ମଧ୍ୟରୁ ୩ଟି ଇମିଟେସନ୍‌ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ଅକ୍ଷୟ ମଲ୍ଲିକଙ୍କ ବେକରୁ ଦୁର୍ବୃତ୍ତ ନେଇଥିବା ଚେନ୍‌ ସୁନା ବୋଲି ଜଣାପଡ଼ିଛି।

ଏପଟେ ପାର୍କିଂ, ସେପଟେ ଦୋକାନ

ଶ୍ରୀଲିଙ୍ଗରାଜ ମନ୍ଦିର ପଛପଟେ ଓ ଦକ୍ଷିଣପଟ ରାସ୍ତାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାସ୍ତାର ଗୋଟିଏ କଡ଼ରେ ପାର୍କିଂ ହୋଇଥିବା ବେଳେ ଅନ୍ୟପଟେ ଉଠାଦୋକାନ ମାନ ଧାଡ଼ିବାନ୍ଧି ବସିଥିଲେ। ଫଳରେ ରାସ୍ତାରେ ଯିବା ଆସିବା ପାଇଁ ୩ ଫୁଟ ବାକି ଥିଲା। ଏଥିରେ ବାଇକ୍‌ ଠାରୁ ଆରମ୍ଭ କରି କାର୍‌ ମଧ୍ୟ ପ୍ରବେଶ କରୁଥିଲା। ପୁଲିସ ଓ ସ୍ବେଚ୍ଛାସେବୀ ଛିଡ଼ା ହୋଇ ଟ୍ରାଫିକ ନୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ରାତିରେ ଏହି ସମସ୍ୟା ଦ୍ବିଗୁଣିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe