ଭୁବନେଶ୍ୱର: ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ ସମେତ ଓଡ଼ିଶୀ ନୃତ୍ୟରେ ବିଭୋର ହେବାର ଅବକାଶ ଦେଇଥିଲା ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଅନ୍ତଃଦୃଷ୍ଟି’। ‘ସୃଜନ’ ଏବଂ ‘ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମର ଆଜିର ପ୍ରଥମ ପ୍ରସ୍ତୁତି ଥିଲା ହିନ୍ଦୁସ୍ଥାନୀ ସଂଗୀତ। ‘ରଙ୍ଗିସାରି ଗୁଲାବି ଚୁନରିୟାରେ.. ଏବଂ ଭଜନ ‘ଦେବୀ ଦୁର୍ଗେ ଆଦି ଭବାନୀ... ପରିବେଷଣ କରିଥିଲେ କ୍ଷୀତିପ୍ରକାଶ ମହାପାତ୍ର। ବିଶ୍ୱରଂଜନ ନନ୍ଦ ଓ ଅରୂପ ଦାସ ସଂଗୀତରେ ସହଯୋଗ କରିଥିଲେ। ପରେ ରାଜଶ୍ରୀ ପ୍ରହରାଜ ଓଡ଼ିଶୀ ନୃତରେ ଭେଟି ଦେଇଥିଲେ ତୁଳସୀ ଦାସଙ୍କ ରଚିତ ରାମଚରିତ ମାନସର ‘ଶ୍ରୀରାମ ଭଜନ’। ରତିକାନ୍ତ ମହାପାତ୍ର ନୃତ୍ୟ ନିର୍ଦେଶନା ଦେଇଥିବା ବେଳେ ପ୍ରଦୀପ କୁମାର ଦାସ ସଂଗୀତ ସଂରଚନା କରିଥିଲେ। ପରେ ଲୀଳା ନନ୍ଦ ଓ ଭାରତୀ ମିଶ୍ର ଦ୍ୱୈତ ନୃତ୍ୟରେ ପଲ୍ଲବୀ ପରିବେଷଣ କରିଥିଲେ। ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ନୃତ୍ୟ ଏବଂ ଭୁବନେଶ୍ୱର ମିଶ୍ରଙ୍କ ସଂଗୀତ ସଂରଚନାରେ ନୃତ୍ୟ ବେଶ୍ ମନଛୁଆଁ ହୋଇଥିଲା। ଶେଷରେ ‘ରୁଦ୍ରାକ୍ଷ ଫାଉଣ୍ଡେସନ୍’ ପକ୍ଷରୁ ନୃତ୍ୟାଭିନୟରେ ଦେଖିବାକୁ ମିଳିଥିଲା ‘ଚକ୍ରବ୍ୟୁହ’। ବିଚିତ୍ରାନନ୍ଦ ସ୍ୱାଇଁଙ୍କ ନୃତ୍ୟ ଓ ରାମହରି ଦାସଙ୍କ ସଂଗୀତ ସଂଯୋଜନାରେ ନୃତ୍ୟ ପ୍ରସ୍ତୁତ ହୋଇଥିଲା। ଲକ୍ଷ୍ମୀକାନ୍ତ ପାଲିତ୍, ଡ.ସୀତାକାନ୍ତ ଦାସ, ମୀରା ଦାସ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୃଜନର ନିର୍ଦେଶକ ରତିକାନ୍ତ ମହାପାତ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ.ସଂଗୀତା ଗୋସାଇଁ ଉପସ୍ଥିତ ଥିଲେ। ଡ.ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଅନ୍ତଃଦୃଷ୍ଟିରେ ‘ଚକ୍ରବ୍ୟୂହ’
/sambad/media/post_attachments/wp-content/uploads/2018/01/m14-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)