‘ଚଲାପଥ’ ଓ ‘ଗଳ୍ପକଳିକା’ ଉନ୍ମୋଚିତ

ଭୁବନେଶ୍ବର: ଆଜି ୟୁନିଟ୍‌-୩ସ୍ଥିତ ବୁଦ୍ଧ ମନ୍ଦିରଠାରେ କୈଳାସ ସାମନ୍ତରାୟଙ୍କ ‘ଚଲାପଥ’ ଓ ମମତା ମହାନ୍ତି ସାମନ୍ତରାୟଙ୍କ ‘ଅନନ୍ୟା ଓ ପ୍ରାୟଶ୍ଚିତ’, ‘ଜୀବନସାଥୀ ଓ ନିଶିଥ ଜ୍ୟୋତ୍ସ୍ନା’ ଓ ‘ଗଳ୍ପ କଳିକା’ ଉନ୍ମୋଚିତ ହୋଇଯାଇଛି। ଅଧ୍ୟାପକ ନିତ୍ୟାନନ୍ଦ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଯୋଗ ଦେଇଥିଲେ। ଉପନ୍ୟାସ ଓ ଗଳ୍ପ ଲେଖିବା ବେଳେ ମାତୃଭାଷାକୁ ଗୁରୁତ୍ବ ଦେଲେ ତାହା ସୁନ୍ଦର ଓ ପାଠକାଦୃତ ହୋଇଥାଏ ବୋଲି ସେ କହିଥିଲେ।

ଗଳ୍ପ ଓ ଉପନ୍ୟାସ ସମାଜିକ ଚେତନା ଜାଗ୍ରତ କରିପାରିବା ଭଳି ହେବା ଉଚିତ ବୋଲି ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଥିଲେ। ଗଳ୍ପରେ ଆଞ୍ଚଳିକ ଭାଷାକୁ ବ୍ୟବହାର କରିବା ଦରକାର ବୋଲି ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସ କହିଥିଲେ। ଅତି ସରଳ ଭାଷାର ବ୍ୟବହାର ଉପନ୍ୟାସ ଓ ଗଳ୍ପର ଲୋକପ୍ରିୟତା ବଢ଼ାଇଥାଏ ବୋଲି ସାହିତ୍ୟିକ ଦୁର୍ଯ୍ୟୋଧନ କାଠୁଆ କହିଥିଲେ। ଲେଖକ କୈଳାସ ସାମନ୍ତରାୟ ସ୍ବାଗତ ଭାଷଣ ଓ ବିଶ୍ବଜିତ୍‌ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। ଅଲେଖିକା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର