ଆଧିପତ୍ୟ ଏବଂ ଶୋଷଣବିହୀନ ବିଶ୍ବ ପାଇଁ ଆହ୍ବାନ

ବିଶ୍ବ ଟ୍ରେଡ୍‌ ୟୁନିଅନ୍‌ ଫେଡେରେସନ୍‌ର ୧୮ ତମ ମହାସମ୍ମେଳନ

ଭୁବନେଶ୍ବର: ବିଶ୍ବ ଟ୍ରେଡ୍‌ ୟୁନିଅନ୍‌ ଫେଡେରେସନ୍‌ର ୧୮ତମ ମହାସମ୍ମେଳନ ଇଟାଲୀର ରାଜଧାନୀ ରୋମ୍‌ ସହରରେ ଗତ ୬ରୁ ୮ତାରିଖ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଫେଡେରେସନ୍‌ ସଭାପତି ମାଇକେଲ ମଗୱାଇବାଙ୍କ ଅଧ୍ୟକ୍ଷତାରେ ଏଥିରେ ସାଧାରଣ ସମ୍ପାଦକ ଜର୍ଜ ମାର୍ବିକସ୍‌ ଆଧିପତ୍ୟ ଏବଂ ଶୋଷଣବିହୀନ ସାମାଜିକ ବ୍ୟବସ୍ଥା ପାଇଁ ବିଶ୍ୱବ୍ୟାପୀ ଐକ୍ୟବଦ୍ଧ ସଂଗ୍ରାମ ପାଇଁ ଆହ୍ବାନ ଦେଇଥିଲେ। ଭାରତରେ ଚାଲିଥିବା ଶ୍ରମ ଆଇନ ବିରୋଧୀ ଆନ୍ଦୋଳନ, କୃଷକ ଆନ୍ଦୋଳନ ଏବଂ ଶିକ୍ଷା ବ୍ୟବସ୍ଥା ବିରୁଦ୍ଧରେ ଚାଲିଥିବା ଗଣଆନ୍ଦୋଳନକୁ ସେ ସମର୍ଥନ କରିଥିଲେ।

ଇଟାଲୀର ଶିକ୍ଷକ ସଂଗଠନ ଆନୁକୂଲ୍ୟରେ ଏହି ସମ୍ମିଳନୀରେ ୯୪ଦେଶର ୪୨୬ଜଣ ପ୍ରତିନିଧି ପ୍ରତ୍ୟକ୍ଷ ଏବଂ ୱେବିନାର୍‌ ଜରିଆରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ଏଆଇଟିୟୁସି ପକ୍ଷରୁ ୱାହିଦା ପରଭିନ୍, ହରିଦ୍ୱାର ସିଂହ ଯୋଗଦେଇ ସାମ୍ପ୍ରତିକ ବିଶ୍ୱ ଏବଂ ଭାରତରେ ଦେଖାଦେଇଥିବା ବିଭିନ୍ନ ସଂକଟ ଉପରେ ଆଲୋଚନା କରିଥିଲେ। ସମାଜବାଦ ହିଁ ସମାଧାନର ଏକମାତ୍ର ପନ୍ଥା ବୋଲି ମତ ଦେଇଥିଲେ। ଏଥିରେ ସିଟୁ ପକ୍ଷରୁ ଦେବରାୟ, ହେମଲତା ଓ କରିମ୍ ଯୋଗ ଦେଇଥିଲେ। ବିଶ୍ୱ ଶିକ୍ଷକ ମହାସଂଘର ସଭାପତି ଅମିୟ କୁମାର ମହାନ୍ତି ଏଥିରେ ଉଦ୍‌ବୋଧନ ଦେଇ ବିଶ୍ୱର ଶିକ୍ଷା ବ୍ୟବସ୍ଥାକୁ କର୍ପୋରେଟ୍ ଏବଂ ମୌଳବାଦୀଙ୍କ ନିୟନ୍ତ୍ରଣରୁ ମୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ।

ସମ୍ବନ୍ଧିତ ଖବର