ଖଣ୍ଡଗିରି: ଉତ୍କଳ ବିଶ୍ବବିଦ୍ୟାଳୟ ଅନୁକୂଲ୍ୟରେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜୋନ୍ସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ ‘ଚାନ୍ସେଲର୍ସ କପ୍’ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଲୋପାମୁଦ୍ରା ରାଉତରାୟ ପ୍ରଥମ, ଅମତୁଲ୍ ମୋଜିବ୍ ଦ୍ବିତୀୟ, ରାଜସୁନାଖଳା ମହାବିଦ୍ୟାଳୟର ଶୁଭଶ୍ରୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ସେହିପରି ଓଡ଼ିଆ ବକ୍ତୃତାରେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଜୀବେଶ କୁମାର ଦେବଦର୍ଶନ ପ୍ରଥମ, ଶୁଭଶ୍ରୀ ବେହେରା ଦ୍ବିତୀୟ, ସୁଧାସ୍ମିତା ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ହିନ୍ଦୀ ବକ୍ତୃତା ପ୍ରତିଯୋଗିତାରେ ଜୀବେଶ କୁମାର ଦେବଦର୍ଶନ ପ୍ରଥମ, ଅମିତ୍ ମହାବିଦ୍ୟାଳର ସ୍ମିତି ବିଶ୍ବକର୍ମା ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗିତାରେ ବିଚାରକ ଭାବେ ଶିକ୍ଷାବିତ୍ ରାଜେନ୍ଦ୍ର ନାଥ ମିଶ୍ର, ପ୍ରଦୀପ କୁମାର ସାମନ୍ତରାୟ, ସୌମେନ୍ଦ୍ର ମିଶ୍ର, ମଦନ ମୋହନ ବେହେରା, ଅବସରପ୍ରାପ୍ତ ଅଧ୍ୟକ୍ଷା ସ୍ବୟଂପ୍ରଭା ପଟ୍ଟନାୟକ, ସୁନୀଲ ରଞ୍ଜନ କର, ମହମ୍ମଦ ଫଇଜୁଦ୍ଦିନ, ଅଜୟ କୁମାର ମିଶ୍ର, ବାମଦେବ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଅଜନ୍ତା ଶତପଥୀଙ୍କ ତତ୍ବାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅଧ୍ୟାପକ ଶୁଭେନ୍ଦୁ ମହାନ୍ତି ସଂଯୋଜନା କରିଥିଲେ।