ମଧୁର ବଂଶୀ ସ୍ୱନ: ‘ଛାନ୍ଦ ନିନାଦ’ ଉଦ୍‌ଯାପିତ: ଆନମନା କଲା ହରିପ୍ରସାଦଙ୍କ

ଭୁବନେଶ୍ୱର: ପ୍ରଖ୍ୟାତ ବଂଶୀବାଦକ ପଣ୍ଡିତ ପଦ୍ମବିଭୂଷଣ ହରିପ୍ରସାଦ ଚୌରାସିଆଙ୍କ ମଧୁର ବଂଶୀ ସ୍ୱନ ସହ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଉତ୍ସବ ‘ଛାନ୍ଦ ନିନାଦ’ ଉଦ୍‌ଯାପିତ ହୋଇଯାଇଛି। ନୃତ୍ୟ ଉପାସନା ପୀଠ ପକ୍ଷରୁ ଉତ୍କଳ ମଣ୍ଡପର ଖୋଲା ମଞ୍ଚର ଶୀତୁଆ ସନ୍ଧ୍ୟାରେ ଉପସ୍ଥିତ ଜନତା ପଣ୍ଡିତ ଚୌରାସିଆଙ୍କ ବଂଶୀବାଦନକୁ ବେଶ ଉପଭୋଗ କରିଥିଲେ। ଏଥିସହିତ ଶୁଭଙ୍କର ବାନାର୍ଜୀଙ୍କ ତବଲା ବାଦନ, ସୋନାଲି ମହହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ ଓ ରାଜେନ୍ଦ୍ର ଗାଙ୍ଗନିଙ୍କ କଥକ ନୃତ୍ୟ ଦେଖିବାକୁ ମିଳିଥିଲା। ଏଥିରେ ଅତିଥି ଭାବେ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।, ଇଫ୍‌କୋର ଡିଜିଏମ୍‌ ଜିସି ଆଚାର୍ଯ୍ୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଚିବ ପ୍ରଦୀପ ମିଶ୍ର ଓ ଗୁରୁ ଦୁର୍ଗାଚରଣ ରଣବୀର ପ୍ରମୁଖ ଯୋଗ ଦେଇଥିଲେ। ଡ. ମିଲନ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଡ. ଘଟୁଆରୀଙ୍କୁ ଅତିିଥିିିଗଣ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ଟ୍ରଷ୍ଟି ନିର୍ମଳ ମହାପାତ୍ର ଉପସ୍ଥିତ ଥିେଲେ।

ସମ୍ବନ୍ଧିତ ଖବର