ଗୋଡ଼ିବାରିରୁ ଆରମ୍ଭ ହେଲା ଚନ୍ଦକା ସାଇେକଲ୍‌ ଟ୍ରେଲ୍‌

ଭୁବନେଶ୍ବର: ଭୁବନେଶ୍ବର ନେଚର୍‌ ୱାକ୍ ଅଧୀନରେ ଆଜିଠାରୁ ଚନ୍ଦକା ଜଙ୍ଗଲରେ ଚନ୍ଦକା ସାଇକେଲ୍‌ ଟ୍ରେଲ୍‌ ଆରମ୍ଭ ହୋଇଛି। ପ୍ରଥମ କାର୍ଯ୍ୟକ୍ରମରେ ୬ଜଣ ସାଇକେଲ୍‌ ଆରୋହୀ ଭାଗ ନେଇଥିବା ବେଳେ ଏହା ଗୋଡ଼ିବାରିରୁ ଆରମ୍ଭ ହୋଇଥିଲା। ଏହା ପ୍ରତ୍ୟେକ ରବିବାର ସକାଳ ୬ଟାରୁ ଆରମ୍ଭ କରିବାକୁ ଯୋଜନା ହୋଇଛି। ଏଥିରେ ସାଇକେଲ୍‌ ଆରୋହୀମାନେ ଜଙ୍ଗଲ ଭିତରକୁ ଯିବା ସହ ‌କିପରି ଜଙ୍ଗଲ ସଂରକ୍ଷଣ ହେଉଛି, ବିଭିନ୍ନ ପ୍ରକାରର ବୃକ୍ଷଲତା, ଫୁଲ, ପଶୁପକ୍ଷୀଙ୍କୁ ପାଖରୁ ଦେଖିବାର ଓ ସେମାନଙ୍କ ବିଷୟରେ ଜାଣିବାର ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର