ଭୁବନେଶ୍ବର: ସଂଗୀତାନୁଷ୍ଠାନ ସ୍ବରତୀର୍ଥ ପକ୍ଷରୁ ‘ଚନ୍ଦନ ପ୍ରତିଭା ଉତ୍ସବ’ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୃତ୍ୟ ପାଇଁ ମୀନାକ୍ଷୀ ବେହେରା ଏବଂ କଣ୍ଠଦାନ କ୍ଷେତ୍ରରେ ନିମାକାନ୍ତ ରାଉତରାୟଙ୍କୁ ସ୍ବରତୀର୍ଥ ଚନ୍ଦନ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ପୁରସ୍କାର ପ୍ରଦାନ କରିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ତଥା ପ୍ରତିଷ୍ଠାତ୍ରୀ ଶାନ୍ତିଲତା ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନୁଷ୍ଠାନର ଶିଳ୍ପୀମାନେ ସଂଗୀତ ପରିବେଷଣ କରିଥିଲେ। ସ୍ବଦେଶ ମହାନ୍ତି ଓ ଅନ୍ୟାନ୍ୟ ଶିଳ୍ପୀମାନେ ବାଦ୍ୟରେ ସହଯୋଗ କରିଥିଲେ। ପରେ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ଶେଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ମହାରାଜ ଧନ୍ୟବାଦ ଅର୍ପଣ କରିଥିଲେ।
ଚନ୍ଦନ ପ୍ରତିଭା ଉତ୍ସବ: ମୀନାକ୍ଷୀ, ନିମାକାନ୍ତଙ୍କୁ ଚନ୍ଦନ ପ୍ରତିଭା ସମ୍ମାନ
/sambad/media/post_attachments/wp-content/uploads/2019/06/Untitled-19-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)