ଚନ୍ଦନଙ୍କ ଚଟ୍‌ପଟି ଚାଟ୍‌

ଚଟ୍‌ପଟି ଖାଦ୍ୟ ମଧ୍ୟରେ ଚାଟ୍‌ର ସ୍ଥାନ ସର୍ବାଗ୍ରେ। ତେବେ ନିଆରା ସ୍ୱାଦ ପାଇଁ ଗରମାଗରମ ଚାଟ୍‌ ସାଙ୍ଗକୁ ଦହିବରା ଦେଇ ପରଷୁଛନ୍ତି ରୂପାଲି ଚାଟ୍‌ ହାଟର ବ୍ୟବସାୟୀମାନେ। ଏ କ୍ଷେତ୍ରରେ ଚନ୍ଦନଙ୍କ ଚଟ୍‌ପଟି ଚାଟ୍‌ର ସ୍ୱାଦ ବି ଟିକେ ଭିନ୍ନ ରକମର। ଚାଟ୍‌ ସହ ଚୁନା ଗାଜର, ବିଟ୍‌, ନଡ଼ିଆ, ପାମ୍ପଡ଼, ସେଓ, କର୍ଣ୍ଣଫ୍ଲେକ୍ସ , ଧନିଆ ପତ୍ର ଓ ଚାଟ୍‌ ମସଲା ଦେଇ ସେ ପରଷି ଦିଅନ୍ତି। ପୁଣି ତେନ୍ତୁଳି ପାଣି ସହିତ ଚିନି, ଟୋମାଟୋ, ପଞ୍ଚୁପାଉଡ଼ରରେ ପ୍ରସ୍ତୁତ ମିଠା ପାଣି ଓ ଦହିି ଦେଇ ପରଷିବା ବେଳେ ପାଟିରେ ପାଣି ଆସିଯାଏ। ଚନ୍ଦନଙ୍କ ଚାଟ୍‌ର ଦର ୩୦ ଟଙ୍କା ରହିଥିବା ବେଳେ ସଫାସୁତୁରା ପରିବେଶ ସହ ଚାଟ୍‌କୁ ସେ ଏଭଳି ଢଙ୍ଗରେ ସଜେଇ ରଖନ୍ତି ଯେ ଏଇ ବାଟ ଦେଇ ଯାଉଥିବା ଲୋକଙ୍କୁ ଏହା ନିଶ୍ଚେ ଟାଣି ଆଣିବ।

ସମ୍ବନ୍ଧିତ ଖବର