ଯାଜପୁରରେ ଖୋଲିଲା ‘ଚାନ୍ଦି ଭଣ୍ଡାର’ର ପ୍ରଥମ ଷ୍ଟୋର

ଭୁବନେଶ୍ବର: ବିରଜାକ୍ଷେତ୍ର ଯାଜପୁରରେ ‘ଚାନ୍ଦି ଭଣ୍ଡାର’ର ପ୍ରଥମ ଷ୍ଟୋର ଖୋଲିଛି। ଯାଜପୁର ରୋଡରେ ଥିବା ରାଧାନାଥ ମାର୍ଗର ଉତ୍ସବ ପ୍ୟାଲେସ୍ ନିକଟରେ ଚାନ୍ଦି ଭଣ୍ଡାରର ଏହି ନୂତନ ସୋ’ରୁମ୍ ଗୁରୁବାର ଲୋକାର୍ପିତ ହୋଇଛି। ଏହି ‌ଷ୍ଟୋର୍‌ରେ ଚାନ୍ଦିରେ ନିର୍ମିତ ଅଳଙ୍କାର ସହ ଚାନ୍ଦି ବାସନକୁସନ, ଉପହାର ସାମଗ୍ରୀ ଓ ବିଭିନ୍ନ ପ୍ରକାର ଘରସଜ୍ଜା ସାମଗ୍ରୀ ଉପଲବ୍ଧ ରହିଛି।

ଏହି ସୋ’ରୁମ୍‌ରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫରର ବ୍ୟବସ୍ଥା କରାଯାଇଛି। ଉଦ୍‌ଘାଟନୀ ଅଫର୍ ଭାବରେ ମାର୍ଚ୍ଚ ୨୩ରୁ ଆସନ୍ତା ଏପ୍ରିଲ୍ ୨ ତାରିଖ ପର୍ଯ୍ୟନ୍ତ ଗ୍ରାହକମାନେ ସମସ୍ତ ସାମଗ୍ରୀର ଗଢ଼ା ମଜୁରି ଉପରେ ୫୦% ରିହାତି ପାଇବେ ବୋଲି ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି। ଏହି ନୂତନ ‌ଷ୍ଟୋର୍‌ର ପର୍ବାହ୍ନ ୧୦ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାରହିବ। ଅଧିକ ତଥ୍ୟ ପାଇଁ ଗ୍ରାହକ ଷ୍ଟୋର ବୁଲିବା ସହ ୮୨୬୦୭୪୫୪୫୮ ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର