ପ୍ରାଚୀନ କଳାକେନ୍ଦ୍ର ଚଣ୍ଡିଗଡ଼ର ସମାବର୍ତ୍ତନ ଉତ୍ସବ

ଭୁବନେଶ୍ବର: ପ୍ରାଚୀନ କଳାକେନ୍ଦ୍ର ଚଣ୍ଡିଗଡ଼, ଓଡ଼ିଶା ଅଞ୍ଚଳର ସମାବର୍ତ୍ତନ ଉତ୍ସବ ଆଜି ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଳାକେନ୍ଦ୍ରର ୨୦୧୭-୧୮ ଓ ୨୦୧୮-୧୯ ବର୍ଷ ନିମନ୍ତେ ଉଭୟ ବିଶାରଦ (ସ୍ନାତକ), ଭାସ୍କର (ସ୍ନାତକୋତ୍ତର) ଡିଗ୍ରି ଏବଂ ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ନିଖୁଣ ଚିତ୍ରକଳା ପାଇଁ ଡିପ୍ଲୋମା ମାନପତ୍ର ଓଡ଼ିଶା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ପୂର୍ବାହ୍ନ ଅଧିବେଶନରେ ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ମୁଖ୍ୟ ଅତିଥି, ବିଶିଷ୍ଟ ସଙ୍ଗୀତ ଗବେଷକ କୀର୍ତ୍ତନ ନାରାୟଣ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କଳାକେନ୍ଦ୍ରର ବିକାଶ ପାଇଁ ଶ୍ରୀ ମହାପାତ୍ର ଏହି ଅବସରରେ ୨୦ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଛନ୍ତି। ପରେ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ବିଶିଷ୍ଟ ତବଲା ବାଦକ ଉମେଶ ଚନ୍ଦ୍ର କର ଓ କବି ରକ୍ଷକ ନାୟକଙ୍କୁ ସମାଜକୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। କଳାକେନ୍ଦ୍ରର ସମ୍ପାଦକ ସଜଲ କୋଶେର ସ୍ବାଗତ ଭା‌ଷଣ ଦେଇଥିଲେ। ସଂଧ୍ୟା ଅଧିବେଶନରେ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ମନୋରମ ଆସର ଦର୍ଶକଙ୍କୁ ଅଭିଭୂତ କରିଥିଲା।

ସମ୍ବନ୍ଧିତ ଖବର