ଭବନେଶ୍ୱର : ଯଶଶ୍ୱୀ ଲେଖକ ଚନ୍ଦ୍ରଶେଖର ରଥ ଥିଲେ ଓଡ଼ିଆ ଜାତିର ଅମ୍ଳାନ ପ୍ରତିଭା। ସେ କେବଳ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ରମ୍ୟରଚନା, ଅନୁବାଦ ଓ କବିତାରେ ସୀମିତ ନଥିଲେ; ସେ ଥିଲେ ଜଣେ ଅସାଧାରଣ ବାଗ୍ମୀ, ଚିତ୍ରକର, କାଠଖୋଦେଇ ତଥା ଭାସ୍କର୍ଯ୍ୟ ଶିଳ୍ପୀ।
ପୂଜ୍ୟପୂଜା ଓଡ଼ିଶା ପକ୍ଷରୁ ଓଡିଶା ଲେଖକ ସମବାୟ ସମିତି ପରିସରରେ ପର୍ଶୁରାମ ଦ୍ୱିବେଦୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମାସିକ ଆଲୋଚନାଚକ୍ର ଅବସରରେ ବିଶିଷ୍ଟ ବକ୍ତାମାନେ ସ୍ୱର୍ଗତ ରଥଙ୍କ ସ୍ମୃତିଚାରଣ କରି ଏଭଳି ମନ୍ତବ୍ୟ ଦେଇଛନ୍ତି।
ଏହି ସ୍ମୃତିସଭାରେ ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନର ସଂପାଦକ ପୀତବାସ ରାଉତରାୟ, ସଭାପତି ଡ. ସାତକଡି ହୋତା, ଓଡ଼ିଶା ଲେଖକ ସମବାୟ ସମିତିର ସଭାପତି ଡ.ସୌରୀବନ୍ଧୁ କର, ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦର ସଭାପତି ପ୍ରଭାତ କୁମାର ନନ୍ଦ, ପୂଜ୍ୟପୂଜା ଓଡ଼ିଶାର ସଂପାଦକ ରମାକାନ୍ତ ମିଶ୍ର, ସାରଳା ଦାସ ସ୍ମୃତି ସଂସଦ, ଭୁବନେଶ୍ୱର ତରଫରୁ ପ୍ରଦୀପ୍ତ କୁମାର ବିଶ୍ୱାଳ ପ୍ରମୁଖ ସ୍ୱର୍ଗତ ରଥଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସଭାରେ ଡ. ଆରତି କର, ଡ. ସିଦ୍ଧାର୍ଥ କାନୁନଗୋ, ବିରଜା ଶତପଥୀ, ସୁବାସ ଚନ୍ଦ୍ର ସାହୁ, ରାମନାରାୟଣ ମିଶ୍ର, ତୁସାରକାନ୍ତ ଶତପଥୀ ପ୍ରମୁଖ ସେହି ମହାନ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ। ଶେଷରେ ତାରେଶ୍ୱର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/chandra-sekhar.jpg)