ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ୪୦ତମ ଅଧିବେଶନ କିଟ୍ ଛକସ୍ଥିତ ଜୟଦେବ ଶିକ୍ଷାକେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଔପନ୍ୟାସିକ କୃପାସାଗର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଉଦ୍ଘାଟକ ଭାବେ ବିଶିଷ୍ଟ କବି ତଥା ନାଲ୍କୋର ଏଜିଏମ୍ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ। ଏହି ଅବସରରେ ସ୍ବର୍ଣ୍ଣଲତା ମହାପାତ୍ରଙ୍କ ରଚିତ ‘ଶ୍ରୀରାମ କାବ୍ୟ ରସାମୃତ’, ବିନୋଦିନୀ ଗୌଡ଼ଙ୍କ ରଚିତ ‘ଘାସ ଫୁଲ’ ଓ ସାହିତ୍ୟ ସଂସଦର ମୁଖପତ୍ର ‘ଚିହ୍ନ-୩୯’ ଉନ୍ମୋଚିତ ହୋଇଥିଲା। ଓଡ଼ିଶା ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡ. ତମସାରାଣୀ ଦାସ ମହାପାତ୍ର, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ. ସଂଘମିତ୍ରା ଭଞ୍ଜ ଓ ଡ. ଶ୍ରୀଜୟା ଦାସ ପୁସ୍ତକଗୁଡ଼ିକୁ ସମୀକ୍ଷା କରିଥିଲେ। ସଂସଦର ପ୍ରତିଷ୍ଠାତା କବି ବସନ୍ତ ମାଝି ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ବରିଷ୍ଠ କବି ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ଡ. ପ୍ରବୀଣା ପରିଡ଼ା, ଅଧ୍ୟାପିକା ସୌଦାମିନୀ ବେହେରା, ନିହାରିକା ରାୟ ବରାଳ ଉପସ୍ଥିତ ଥିଲେ। ଦୀପ୍ତିମୟୀ ସାହୁଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରଦୀପ କୁମାର ପାଣି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ରଶ୍ମି ଦାସ ମଞ୍ଚ ପରିଚାଳନା କରିଥିଲେ। କ୍ଷଣପ୍ରଭା ମହାନ୍ତି ଧନ୍ୟବାଦ ଦେଇଥିଲେ।
ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ୪୦ତମ ଅଧିବେଶନ: ‘ଶ୍ରୀରାମ କାବ୍ୟ ରସାମୃତ’ ଓ ‘ଘାସଫୁଲ’ ଲୋକାର୍ପିତ
/sambad/media/post_attachments/wp-content/uploads/2021/11/5f4h65s4fh65fsh465sfhsfhsfhfsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)