ବାଲିପାଟଣା: ବାଲିପାଟଣା ବ୍ଲକର ଦ୍ୱାଦଶ ଶତାବ୍ଦୀର ଐତହ୍ୟସଂପନ୍ନ ପ୍ରଭୁ ବୁଦ୍ଧନାଥଙ୍କ ମନ୍ଦିର ଓ ପର୍ଯ୍ୟଟନସ୍ଥଳ ଶିଶୁ ଅନନ୍ତଙ୍କ ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଐତିହ୍ୟସଂପନ୍ନ ପୀଠଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଯୋଜନାମାନ ହାତକୁ ନିଆଯାଇଛି। ଏନେଇ ଆଜି ଏକ ଉଚ୍ଚକ୍ଷମତା ସଂପନ୍ନ ଟିମ୍ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବୁଲି ଦେଖିବା ସହ ଏହାର ବିକାଶ ପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପୁରାତନ ଶୈବପୀଠ ବୁଦ୍ଧନାଥଙ୍କ ମନ୍ଦିର ପଛପଟେ ଥିବା ୫ ଏକର ପୋଖରୀର ସୌନ୍ଦର୍ଯ୍ୟକରଣ କରାଯାଇ ଲାଇଟ, ବୋଟର ବ୍ୟବସ୍ଥା ହେବା ସହ ପାର୍କ ସ୍ଥାପନ କରାଯିବ। ସେହିପରି ମନ୍ଦିର ପରିସରରେ ବିକ୍ଷିପ୍ତ ଭାବେ ପଡ଼ିଥିବା ଭଗ୍ନ ମୂର୍ତ୍ତି, କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର ଶିଳା ଖଣ୍ଡକୁ ସୁରକ୍ଷିତ ରଖିବା ପାଇଁ ଏକ ସଂଗ୍ରହାଳୟ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ପର୍ଯ୍ୟଟନସ୍ଥଳ ଶିଶୁ ଅନନ୍ତଙ୍କ ପୀଠକୁ ଯିବା ରାସ୍ତାର ବାଲିପାଟଣା ଛକରେ ତୋରଣ ନିର୍ମାଣ, ସିଦ୍ଧସାଧକ ଶିଶୁଅନନ୍ତଙ୍କ ଜୀବନୀ ସମ୍ବଳିତ ସଂଗ୍ରହାଳୟ, ପାର୍କ, ଜଳ ପରିମଳ ଓ ଶୌଚାଳୟ ସ୍ଥାପନ ପାଇଁ ପ୍ରସ୍ତାବ ରହିଥିବା ଟ୍ରଷ୍ଟର ସଂପାଦିକା ତନୟା ଦାସ ଗୋସ୍ୱାମୀ ସୂଚନା ଦେଇଛନ୍ତି। ଜୟଦେବ ନିର୍ବାଚନମଣ୍ଡଳୀରେ ଏକ ସ୍ୱର୍ଣ୍ଣ-ତ୍ରିଭୂଜ ପର୍ଯ୍ୟଟନ କ୍ଷେତ୍ର କରାଯାଇ ଏହାର ବିକାଶ କାର୍ଯ୍ୟକୁ ତ୍ୱରାନ୍ଵିତ କରାଯିବ ବୋଲି ଜିଲ୍ଲାପାଳ ଓ ପର୍ଯ୍ୟଟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଆଜି ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସହ ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଉପଜିଲ୍ଲାପାଳ ମାନସ ରଂଜନ ସାମଲ, ପର୍ଯ୍ୟଟନ ବିଭାଗ ନିର୍ବାହୀ ଯନ୍ତ୍ରୀ ତୁଷାର କାନ୍ତ ପଣ୍ଡା, ସହକାରୀ ଯନ୍ତ୍ରୀ ଶ୍ରୀଧର ମହଲା, ଟୁରିଷ୍ଟ ଅଫିସର ଅନୟ ରାଉତ, କନିଷ୍ଠ ଯନ୍ତ୍ରୀ ସୁବ୍ରତ ଜେନା, ତହସିଲଦାର ପ୍ରାଚୀ ମହାପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁମିତ୍ରା ରାଉତରାୟ, ବିଡିଓଙ୍କ ସମେତ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।
ଝଲସିବ ବାଲିପାଟଣାର ଐତିହ୍ୟସ୍ଥଳ
/sambad/media/post_attachments/wp-content/uploads/2018/06/balipatana-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)