କଶ୍ମୀରବାସୀଙ୍କ ମନକୁ ବଦଳାଇବାକୁ ପଡ଼ିବ

ଭୁବନେଶ୍ବର: କଶ୍ମୀର ଏକ ଜଟିଳ ସମସ୍ୟା। କେବଳ ସାମରିକ ଶକ୍ତି କଶ୍ମୀର ଯନ୍ତ୍ରଣାକୁ ହ୍ରାସ କରିପାରିବ ନାହିଁ। କଶ୍ମୀରବାସୀଙ୍କ ମନକୁ ବଦଳାଇବାକୁ ପଡ଼ିବ। ପୂର୍ବରୁ କାଶ୍ମୀର ଯଥେଷ୍ଟ ଶାନ୍ତ ରହିଥିଲା। ମାତ୍ର ଧର୍ମାନ୍ଧୀକରଣ ଯୋଗୁଁ କାଶ୍ମୀର ସ୍ଥିତି ବିଗିଡ଼ିଗଲା। କଶ୍ମୀରରେ ଯେଉଁ ନିର୍ବାଚିତ ପ୍ରତିନିଧିମାନେ ଅଛନ୍ତି, ସେମାନେ କଶ୍ମୀରବାସୀଙ୍କ ଅପେକ୍ଷା ନିଜେ କିପରି ଅଧିକ ଧନୀ ଓ ଶକ୍ତିଶାଳୀ ହେବେ, ତାହା ଚିନ୍ତା କରୁଛନ୍ତି। ସ୍ଥାନୀୟ ଲୋକମାନେ ପାକିସ୍ତାନ ସହ ମିଶିବାକୁ ଚାହୁ ନାହାନ୍ତି। ମାତ୍ର କଶ୍ମୀରବାସୀଙ୍କୁ ଦେଶର ଅନ୍ୟ ରାଜ୍ୟ ଓ ଲୋକଙ୍କ ସହ ଯୋଡ଼ିବାର ଆବଶ୍ୟକତା ରହିଛି। ଫଳରେ ସେମାନେ ଜିହାଦୀ ନ ହୋଇ ସମାଜର ମୁଖ୍ୟସ୍ରୋତକୁ ଫେରି ପାରିବେ। ଏଥିପାଇଁ ସରକାରୀସ୍ତରରେ ଉଦ୍ୟମ କରାଯିବା ଉଚିତ୍ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମିଡିଆ ଏକାଡେମି ପକ୍ଷରୁ ବୁଦ୍ଧ ମନ୍ଦିରରେ ଆଜି ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହାର ବିଷୟବସ୍ତୁ ରହିଥିଲା ‘ସାଂପ୍ରତିକ କଶ୍ମୀର ସମସ୍ୟା ଓ କେନ୍ଦ୍ର ସରକାରଙ୍କ ଭୂମିକା’। ଏଥିରେ ଅତିଥି ଭାବେ ଅବସରପ୍ରାପ୍ତ ଲେଫ୍‌ଟନାଣ୍ଟ ଜେନେରାଲ ପି.କେ ଧଳସାମନ୍ତ, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ବରିଷ୍ଠ ସାମ୍ବାଦିକ ରବି ଦାସ ଓ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ କାର୍ଯ୍ୟକ୍ରମରେ ସଭାପିତତ୍ବ କରିଥିଲେ। ପ୍ରାରମ୍ଭରେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର