ଜୀବନଶୈଳୀକୁ ବଦଳାଇଲେ କ୍ୟାନସର୍‌ରୁ ରକ୍ଷା ମିଳିବ

ଭୁବନେଶ୍ବର: ଲାୟନ ମିନତି ବେହେରା କର୍କଟ ଫାଉଣ୍ଡେସନ୍ ଟ୍ରଷ୍ଟ ଓ ରେଡ୍‌ ସ୍ବସ୍ତିକ ସୋସାଇଟିର ମିଳିତ ଆନୁକୂଲ୍ୟରେ ‘ବିଶ୍ବ କର୍କଟ ଦିବସ’ ଜୟଦେବ ଭବନରେ ପାଳିତ ହୋଇଯାଇଛି। ଏଥିରେ ପ୍ରଧାନ ଆୟକର ଶରତ କୁମାର ଦାଶ ଯୋଗଦେଇ କର୍କଟ ରୋଗ କିପରି ନିରାକରଣ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଡା.ଘନଶ୍ୟାମ ବିଶ୍ବାସ ଯୋଗଦେଇ କହିଲେ, ପୁରୁଷଙ୍କ ମଧ୍ୟରୁ ୫ଜଣରୁ ଜଣେ ଓ ମହିଳାଙ୍କ ମଧ୍ୟରୁ ୬ଜଣରୁ ଜଣେ କର୍କଟରେ ପୀଡ଼ିତ ହେଉଛନ୍ତି। ଜୀବନଶୈଳୀ ବଦଳାଇବା ସହିତ ଠିକ୍ ସମୟରେ ଚିକିତ୍ସା କଲେ ଏଥିରୁ ଉପକାର ମିଳିପାରିବ ବୋଲି ଡା.ବିଶ୍ବାସ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ଗୋବର୍ଦ୍ଧନ ପୀଠର ରାଷ୍ଟ୍ରୀୟ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ସ୍ପର୍ଶ ହସ୍ପିଟାଲର ମୁଖ୍ୟ ଅଧିକାରୀ ଡା.ପ୍ରିୟବ୍ରତ ଧିର, ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ, ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡା.ମାଧୁରୀ ପଟ୍ଟନାୟକ, ମୁସ୍‌କାନର ମୁଖ୍ୟ ଅଧିକାରୀ ସୁନିଲ ମୁରର୍‌କା ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ବେହେରା ଟ୍ରଷ୍ଟର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ‘ସାଜ୍ ଓ ଆୱାଜ୍’ର କଳାକାରଙ୍କ ପକ୍ଷରୁ ସଂଗୀତ ପରିବେଷଣ କରାଯାଇଥିଲା। ରେଡ୍‌ ସ୍ବସ୍ତିକ୍ ସୋସାଇଟିର ସଚିବ ଦେବାଶିଷ ପଟ୍ଟନାକୟ ଧନ୍ୟବାଦ ଦେଇଥିଲେ। କାର୍ତିକେଶ୍ବର ସାହୁ, ମଧୁସ୍ମିତା ବେହେରା, ଦୀପକ ସାହୁ ଓ ଶୁଭେନ୍ଦ୍ର ଦାସ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର