ଭୁବନେଶ୍ୱର: ଚାଣକ୍ୟ ପବ୍ଲିକ୍ ସ୍କୁଲ, ମଳିପଡ଼ା ଏବଂ ସହିଦନଗରର ବାର୍ଷିକ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଅବସରରେ କ୍ରୀଡ଼ାବିତ୍ ଦୂତି ଚାନ୍ଦଙ୍କୁ ‘ଚାଣକ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ହାସ୍ୟ ଅଭିନେତା ପପୁ ପମ୍ପମ୍ ଅତିଥି ଭାବେ ଯୋଗଦେଇ ଜୀବନରେ ହସର ମହତ୍ତ୍ବ ବିଷୟରେ କହିଥିଲେ। ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଓ ଦିଲ୍ଲୀପ ହାଲି ଉତ୍ସବରେ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଦ୍ୟା ଆହରଣ ସହ ଉତ୍ତମ ଚରିତ୍ର ଗଠନ ପାଇଁ ଉପଦେଶ ଦେଇଥିଲେ। ବିଦ୍ୟାଳୟର ଚେୟାରମ୍ୟାନ୍ ଜ୍ୟୋତିଶଙ୍କର ମହାନ୍ତି ନୂତନ ବିଜ୍ଞାନ ପଦ୍ଧତିର ପ୍ରୟୋଗ, ଶିକ୍ଷାଦାନରେ ନୂତନତ୍ୱ ଏବଂ କ୍ରିୟାଭିତ୍ତିକ ଶିକ୍ଷା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନୂତନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ନିର୍ଦ୍ଦେଶିକା ଡ.ଏଲୋରା ମହାନ୍ତି ଗୁଣାତ୍ମକ ଶିକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ରବି ନାରାୟଣ ପ୍ରଧାନ ଏବଂ ଅଧ୍ୟକ୍ଷା ତୃପ୍ତିମୟୀ ଆଚାର୍ଯ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଦୂତି ଚାନ୍ଦଙ୍କୁ ଚାଣକ୍ୟ ସମ୍ମାନ
/sambad/media/post_attachments/wp-content/uploads/2019/02/Untitled-10-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)