ପୁରୁଣା ଭୁବନେଶ୍ବର: ଚନ୍ଦନ ଯାତ୍ରା ପାଇଁ ବିନ୍ଦୁସାଗର ଉତ୍ତରେଶ୍ବର ଘାଟରୁ ଚାପଡଙ୍ଗାକୁ ଦ୍ବାରବାସିନୀ ଘାଟକୁ ନିଆଯାଇଛି। ସେଠାରେ ଡଙ୍ଗା କାମ ଜୋର୍ଦାର୍ରେ ଚାଲିଛି। ମହାରଣା ସେବାୟତମାନେ ଯୁଦ୍ଧକାଳୀନଭିତ୍ତିରେ ଡଙ୍ଗା କାମ ଜାରି ରଖିଛନ୍ତି। ରଙ୍ଗ କାମଠାରୁ ସିଂହାସନ କାମ ଜୋର୍ଦାର ଚାଲିଛି। ହାତରେ ଆଉ ମାତ୍ର ଦୁଇ ଦିନ ଥିବାରୁ ସକାଳୁ ରାତି ପର୍ଯ୍ୟନ୍ତ ମହାରଣା ସେବାୟତମାନେ ଲାଗିପଡ଼ିଛନ୍ତି। ଆଜି ସକାଳୁ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ କାମ ଚାଲିଥିଲା। ଆଜି ଦୁଇ ଡଙ୍ଗାର ଯୋଡ଼େଇ ବା ଛନ୍ଦା କାମ ସରିଛି। ଏହାପରେ ରଥରେ ଲାଗିଥିବା ପଟାକୁ ବାହାର କରାଯାଇ ଡଙ୍ଗାରେ ଲାଗିବାକୁ ନିଆଯାଇଛି। ଡଙ୍ଗା ଉପରେ ଏହି ପଟା କାମ ମଧ୍ୟ କରାଯାଇଛି। ଡଙ୍ଗାରେ ରାଳ ଦିଆଯିବା ପରେ ରଙ୍ଗ କାମ ମଧ୍ୟ ଆରମ୍ଭ ହୋଇଛି। ଡଙ୍ଗା ଯୋଡ଼ା ହେବା ପରେ ଠାକୁରଙ୍କ ସିଂହାସନ ପ୍ରସ୍ତୁତି ପାଇଁ ଡଙ୍ଗାରେ ୭ଟି କାଠ ଯୋଡ଼ା ଯାଇଛି। ସେହିପରି ୫ଟି କାଠରେ ବେଦୀ ଆସନ ପ୍ରସ୍ତୁତି ଚାଲିଛି। ଅନ୍ୟପଟେ ବିନ୍ଦୁସାଗରରେ ଚନ୍ଦନ ଯାତ୍ରାକୁ ଆଖି ଆଗରେ ରଖି ବିଏମ୍ସି ପକ୍ଷରୁ ଦଳ ସଫା କାମ ମଧ୍ୟ ଜାରି ରହିଛି।
ଦ୍ବାରବାସିନୀ ଘାଟରେ ଚାପଡଙ୍ଗା
/sambad/media/post_attachments/wp-content/uploads/2024/05/fsfhssfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)