‘ଛଟା, ଛିଟା ଓ ଛଳନା’ ଉନ୍ମୋଚିତ

ଭୁବନେଶ୍ୱର: ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ‘ଛଟା, ଛିଟା ଓ ଛଳନା’ ଲଳିତ ନିବନ୍ଧ ସଂକଳନକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ରାଜଭବନରେ ଉନ୍ମୋଚନ କରିଛନ୍ତି। ଏହି ଉତ୍ସବରେ ଲେଖକଙ୍କ ସହ ପ୍ରଫେସର ଉପେନ୍ଦ୍ର ପାଢ଼ୀ, ପ୍ରାଧ୍ୟାପକ ସଞ୍ଜୟ କୁମାର ଦାସ ଓ ସାମାଜିକ କର୍ମୀ ସୁବାସ ପଣ୍ଡା ଉପସ୍ଥିତ ଥିଲେ।

‘ସମ୍ବାଦ’ରେ ପ୍ରକାଶିତ ଓ ପାଠକୀୟ ଆଦୃତି ପାଇଥିବା କେତୋଟି ପ୍ରବନ୍ଧ ଏହି ପୁସ୍ତକରେ ସ୍ଥାନିତ ହୋଇଛି। ବିଶିଷ୍ଟ କଥାକାର ଗୌରହରି ଦାସ ଏହି ପୁସ୍ତକର ମୁଖବନ୍ଧ ଲେଖିବା ସହ ସ୍ଥାନିତ ଅନେକ ଲେଖା ମନନଶୀଳ ଓ ଆବେଦନଧର୍ମୀ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଲେଖକ ଶ୍ରୀ ଆଚାର୍ଯ୍ୟ ତାଙ୍କ ଦ୍ୱାରା ପୂର୍ବରୁ ଲିଖିତ ଇଂରାଜୀ କବିତା ‘କରୋନା କାରୋଲସ’ ପୁସ୍ତକକୁ ରାଜ୍ୟପାଳଙ୍କୁ ପ୍ରଦାନ କରି ଶୁଭେଚ୍ଛା କାମନା କରିଛନ୍ତି।

ସମ୍ବନ୍ଧିତ ଖବର