ଆପଟ୍‌ ଭାଇନାଙ୍କ ଚଟାପଟ୍‌ ମସଲା ପାଓଭାଜି

ପାଓଭାଜି ଆମ ଓଡ଼ିଆ ଖାଦ୍ୟ ନହେଲେ ମଧ୍ୟ ଯୁବପିଢ଼ିଙ୍କ ବେଶ୍‌ ପସନ୍ଦର ଖାଦ୍ୟ ହୋଇପାରିଛି। ସନ୍ଧ୍ୟା ହେଲେ କିଛି ଚଟ୍‌ପଟି ଖାଇବାକୁ ସମସ୍ତଙ୍କ ଇଛା। ସେଥିପାଇଁ ଆମିଷଠାରୁ ଆରମ୍ଭ କରି ନିରାମିଷ ପର୍ଯ୍ୟନ୍ତ ସବୁ ଷ୍ଟଲ୍‌ରେ ଭିଡ଼ ପରିଲକ୍ଷିତ ହୁଏ। ସହିଦନଗରସ୍ଥିତ ଦୁର୍ଗାମଣ୍ଡପ ନିକଟରେ ନିରଞ୍ଜନ ଆପଟ୍‌ଙ୍କର ରହିଛି ପାଓଭାଜି ଷ୍ଟଲ୍‌। ୧୭ ପ୍ରକାର ମସଲାରେ ତିଆରି ପାଓଭାଜି ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ସହ ଏହାର ସ୍ୱାଦ ଅନ୍ୟଠୁ ନିଆରା। ସିଝା ବନ୍ଧା କୋବି, ଫୁଲ କୋବି, ଗାଜର, କ୍ୟାପ୍ସିକମ୍‌, ମଟର ମଞ୍ଜି, ଟମାଟୋକୁ ନେଇ ସିଝା ଆଳୁରେ ମ୍ୟାରିନେଟ୍‌ କରି ସେ ଏହାକୁ ପ୍ରସ୍ତୁତ କରନ୍ତି। ଏହା ସହିତ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଲମରିଚ, ଜାଇଫଳ, ଲଙ୍କା ଗୁଣ୍ଡ, ପାଓଭାଜି ମସଲା, ଜାଇତ୍ରୀ ଆଦି ୧୭ଟି ସମଲା ପକାଇ ମ୍ୟାରିନେଟ୍‌କୁ ଅମୁଲ ବଟରରେ କିଛି ସମୟ ଫ୍ରାଏ କରି ପ୍ରସ୍ତୁତ କରନ୍ତି। ପ୍ଲେଟ୍‌ରେ ଦୁଇଟି ପାଓ ସହ ଏହି ମସଲା ସହ କଞ୍ଚା କୋବି, ଧନିଆ ପତ୍ର ଓ ଲେମ୍ବୁ ଦେଇ ପରସନ୍ତି। ପ୍ଲେଟ୍‌ରେ ସଜାଇବା ଆପେଆପେ ପାଟିରୁ ପାଣି ବାହାରି ଆସେ। ଏହାର ୪୦ଟଙ୍କା ଟଙ୍କା ରହିଥିବା ବେଳେ ଆପଟ୍‌ ଭାଇ ଗ୍ରାହକଙ୍କୁ ଦୁଇମିନିଟ୍‌ରେ ପ୍ଲେଟ୍‌ ପରଶି ଦିଅନ୍ତି।

ସମ୍ବନ୍ଧିତ ଖବର