ଭୁବନେଶ୍ବର: ଭୁବନେଶ୍ବରର ନାଟ୍ୟାନୁଷ୍ଠାନ ଲାବଣ୍ୟ ଥିଏଟର୍ର ୩୩ତମ ନାଟକ ‘ଟାଟୁବାଲି’ ଆଜି ଭଞ୍ଜକଳା ମଣ୍ଡପଠାରେ ପରିବେଷିତ ହୋଇଯାଇଛି। ନାଟକର ରଚନା ଦିଲ୍ଲୀପ ବଳବନ୍ତରାୟ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସତ୍ୟ ଜେନା।
ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ, ଲାଲା ବିରେନ୍ ରାୟ ଓ ହରେନ୍ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ନିର୍ଦ୍ଦେଶକ ଶ୍ରୀ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/41-4.jpg)