ଭୁବନେଶ୍ବର: ରଙ୍ଗ ନମ୍ବର କଲ୍‌ରୁ ଆରମ୍ଭ ହୋଇଥିବା ପ୍ରେମ ଜଣେ ଯୁବତୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଭୁଲବଶତଃ ଯୁବତୀ ଜଣକ ବିବାହିତ ଯୁବକକୁ ଭଲ ପାଇ ମୁଣ୍ଡରେ ହାତ ଦେଇଛନ୍ତି। ଏମିତିକି ତାଙ୍କୁ ଗର୍ଭବତୀ କରିବା ଓ ଗର୍ଭପାତ ପରେ ହିଁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ ଶଠ ପ୍ରେମିକ ପୁଣି ପ୍ରତାରଣା କରିଛି। ତେବେ ଆଶ୍ବସ୍ତିର କଥା ହେଉଛି ପ୍ରତାରଣାର ଶିକାର ଯୁବତୀ ପ୍ରଥମେ ଥାନାରୁ ହତାଶ ହୋଇଥିଲେ ହେଁ ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ମାମଲା ରୁଜୁ କରିଛି। ତେଣୁ ତାଙ୍କୁ ନ୍ୟାୟ ମିଳିବ ବୋଲି ଯୁବତୀ ଆଶା ବାନ୍ଧିଛନ୍ତି।

Advertisment

ଖବର ଅନୁଯାୟୀ, ଡୁମୁଡୁମାରେ ରହୁଥିବା ଯୁବତୀଙ୍କ ସହ ଗତ ବର୍ଷେ ହେଲା ନୂଆପଲ୍ଲୀ ଆଇଆର୍‌ସି ଭିଲେଜର ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ରଙ୍ଗ୍ ନମ୍ବର୍ କଲ୍‌ରୁ ପରେ ସେମାନଙ୍କ ଭିତରେ ସମ୍ପର୍କ ବଢ଼ିଥିଲା। ଯୁବକ ଜଣକ ନିଜକୁ ଅବିବାହିତ ବୋଲି କହିବା ସହ ମୁମ୍ବାଇରେ ଏକ ପ୍ରତିଷ୍ଠିତ କମ୍ପାନିରେ ଉଚ୍ଚବେତନପ୍ରାପ୍ତ କର୍ମଚାରୀ ବୋଲି କହିଥିଲା। ସମ୍ପର୍କ ବଢ଼ିବା ପରେ ଯୁବକ ଜଣକ ଯୁବତୀଙ୍କ ଘରକୁ ଅବାଧରେ ଯିବା ଆସିବା କରିଥିଲା।

ଏହାରି ଭିତରେ ଯୁବତୀ ଗର୍ଭବତୀ ହୋଇପଡ଼ିଥିଲେ। ଧୂର୍ତ୍ତ ଏହା ଜାଣିବା ପରେ ଛଳନା କରିଥିଲା। ଗର୍ଭପାତ ନ କରାଇଲେ ବିବାହ କରିବାରେ ସମସ୍ୟା ହେବ ବୋଲି କହିଥିଲା। ତା’ର ଛଳନାପୂର୍ଣ୍ଣ କଥାରେ ଫସିଯାଇ ଯୁବତୀ ଗର୍ଭପାତ କରାଇଥିଲେ। ଗର୍ଭପାତ ହୋଇଯିବା ପରେ ଶଠ ପ୍ରେମିକର ଅସଲ ଚେହେରା ସାମ୍ନାକୁ ଆସିଥିଲା। ସେ ଆଉ ଯୁବତୀଙ୍କୁ ଧରାଛୁଆଁ ଦେଇନଥିଲା। ବାଧ୍ୟ ହୋଇ ଯୁବତୀ ଆଇଆର୍‌ସି ଭିଲେଜରେ ପହଞ୍ଚିଥିଲେ ଓ ସେଠାରୁ ଧୂର୍ତ୍ତର ଅସଲ ରୂପ ଦେଖିବାକୁ ପାଇଥିଲେ। ଯୁବକଙ୍କ ସ୍ତ୍ରୀ ଓ ଗୋଟିଏ ପୁଅ ଥିବା ଜାଣିବାକୁ ପାଇଥିଲେ।