ବିବାହ ବାହାନାରେ ପ୍ରତାରଣା

ଭୁବନେଶ୍ବର : ନିଜ ସଂସ୍ଥାରେ କାମ କରୁଥିବା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଲେ, ଶାରୀରିକ ସମ୍ପର୍କ ରଖିଲେ। ଯୁବତୀ ଯେତେବେଳେ ବିବାହ କଥା ଉଠାଇ‌ଲେ, ଦୂରେଇବା ଆରମ୍ଭ କଲେ। ଶେଷରେ ପ୍ରତାରଣାର ଶିକାର ହୋଇଥିବା ଯୁବତୀ ଏ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସମ୍ପୃକ୍ତ ଯୁବକଙ୍କର ଏକାଧିକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି। ଯୁବତୀଙ୍କ ଘର ପାରାଦୀପ ମଧୁବନରେ। ସେ ନୀଳକଣ୍ଠନଗରରେ ରୁହନ୍ତି। ୨୦୧୯ ଜୁନ୍‌ରେ ଇନ୍ଦ୍ରଧନୁ ମାର୍କେଟ୍‌ରେ ଥିବା ଏକ ଅଫିସରେ ଚାକିରି କରିଥିଲେ। ୨୦୨୦ ଜୁଲାଇରେ ସେହି ସଂସ୍ଥାର ମାଲିକ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥି‌ଲେ। ଯେତେବେଳେ ଯୁବତୀଜଣଙ୍କ ବିବାହ କରିବାକୁ କହିଲେ, ଯୁବକଙ୍କ ପ୍ରତାରଣା ଆରମ୍ଭ ହୋଇଯାଇଥିଲା। ପୂର୍ବରୁ ମଧ୍ୟ ଜଣେ ଯୁବତୀ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର