ଭୁବନେଶ୍ବର : ସଟ୍ଡାଉନ୍ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଭୁବନେଶ୍ବର ଓ କଟକରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଶନିବାରଠାରୁ ସଟ୍ଡାଉନ୍ ହେଲେ ମଧ୍ୟ ଆଜି ରାତି ୯ଟାରୁ କଡ଼ାକଡ଼ି ଯାଞ୍ଚ ଅାରମ୍ଭ ହୋଇଛି। ରାଜଧାନୀ ଭୁବନେଶ୍ବରରେ ନାଇଟ୍ କର୍ଫ୍ୟୁ ପାଇଁ ୨୫ଟି ଚେକ୍ ପୋଷ୍ଟ ହୋଇଥିବା ବେଳେ ସଟଡାଉନ୍ ପାଇଁ ଆହୁରି ୧୮ଟି ନୂଆ ଚେକ୍ ପୋଷ୍ଟ କରାଯାଇଛି। ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ଏହି ଚେକ୍ ପୋଷ୍ଟ ଗୁଡ଼ିକ ରହିବ। ସୁରକ୍ଷା ବ୍ୟବସ୍ଥାରେ ୨୦ ପ୍ଲାଟୁନ୍ ଫୋର୍ସ ଓ ୧୫୦ ଅଫିସର ନିୟୋଜିତ ରହିବେ।
ସେହିପରି କଟକରେ ମୋଟ ୨୫ଟି ଚେକ୍ ପୋଷ୍ଟ ରହିବ। ଏଥିରେ ୧୨ ପ୍ଲାଟୁନ୍ ଫୋର୍ସ ଓ ୧୦୦ ଅଫିସର ମୁତୟନ ହେବେ। ପିସିଆର୍ ଭ୍ୟାନ୍, ସବୁ ଥାନାର ଭ୍ୟାନ୍ ଓ ଜୋନ୍ ଏସିପିମାନେ ନିଜ ନିଜ ଅଞ୍ଚଳରେ ପାଟ୍ରୋଲିଂ କରିବେ। ମେଡିକାଲ, ବିଦ୍ୟୁତ, ଜଳଯୋଗାଣ, ପେଟ୍ରୋଲ ପମ୍ପ, ଟେଲିକମ୍, କନଷ୍ଟ୍ରକସନ୍ ଭଳି ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀମାନେ ନିଜ ନିଜ ପରିଚୟପତ୍ର ଦେଖାଇ ଯାଇପାରିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ସେହିପରି ଯେଉଁମାନେ ଅମାନିଆ ହେବେ କିମ୍ବା ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/m7-1.jpg)