ଭୁବନେଶ୍ବର : ବିଏମ୍ସି ପକ୍ଷରୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଯେପରି କୋଭିଡ୍ କଟକଣା କଡ଼ାକଡ଼ି କରାଯାଇଛି, ସେହି କଟକଣା ଭୁବନେଶ୍ବର ରେଳ ଷ୍ଟେସନ୍ରେ ଲଗାଯାଇଛି। ବିନା ଯାଞ୍ଚରେ କେହି ଜଣେ ବି ଯାତ୍ରୀ ରେଳଷ୍ଟେସନ୍ ବାହାରକୁ ଯାଇପାରିବେନି ବୋଲି ନିୟମ ହୋଇଛି। ଏଥିପାଇଁ ପ୍ରାୟ ୧୦ଟି କାଉଣ୍ଟର୍ କରି ଯାଞ୍ଚ ହେଉଛି।
ବିଏମ୍ସି ପକ୍ଷରୁ କୁହାଯାଇଛି ଯେ ରେଳଷ୍ଟେସନ୍ରେ ଯେଉଁ ଯାତ୍ରୀ ଟ୍ରେନ୍ରେ ଆସୁଛନ୍ତି, ସେମାନଙ୍କୁ ଯାତ୍ରାର ୪୮ଘଣ୍ଟା ପୂର୍ବରୁ କରିଥିବା ଆର୍ଟି-ପିସିଆର୍ କୋଭିଡ୍ ଟେଷ୍ଟର ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ, ନଚେତ୍ ଦୁଇ ଡୋଜ୍ ଟିକା ନେଇଥିବାର ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ। ଯଦି କେହି ଏହା ଆଣି ନଥିବେ, ତେବେ ତାଙ୍କର ରେଳ ଷ୍ଟେସନ୍ରେ କୋଭିଡ୍ ପରୀକ୍ଷା କରାଯିବ। ପଜିଟିଭ୍ ବାହାରିଲେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ। ତେଣୁ ଯାତ୍ରୀମାନେ ଯେପରି ବାଧ୍ୟତାମୂଳକ ଭାବେ ଟେଷ୍ଟିଂ ରିପୋର୍ଟ ବା ଟିକା ସାର୍ଟିଫିକେଟ୍ ଧରି ଯାତ୍ରା କରିବେ, ତାହା ଉପରେ ଧ୍ୟାନ ଦେବାକୁ କୁହାଯାଇଛି।