ଆଜି ରିମାଣ୍ଡରେ ଆସିବେ ଚେଙ୍ଗ, ସନିଆ, ରାହୁଲ ଓ ସୁମନ

ଭୁବନେଶ୍ବର : ରାଜଧାନୀରେ ଆତଙ୍କ ଖେଳାଇ ଜେଲ୍‌ରେ ଥିବା କେବିଏନ୍ ଗ୍ୟାଙ୍ଗ୍‌ର ୪ ସଦସ୍ୟଙ୍କୁ ଆଜିଠୁ ୨ଦିନିଆ ରିମାଣ୍ଡରେ ଆଣିବ ନୂଆପଲ୍ଲୀ ଥାନା ପୁଲିସ। ସେମାନେ ହେଲେ, ରାହୁଲ୍‌ ଜେନା, ସୁମନ କୁମାର ପରିଡ଼ା, ରାଜେଶ ବେହେରା ଓରଫ ଚେଙ୍ଗ ଓ ସନାତନ ବେହେରା ଓରଫ୍‌ ସନିଆ। ଚେଙ୍ଗ ଓ ସନିଆ କୋର୍ଟରେ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ରାହୁଲ୍‌ ଓ ସୁମନକୁ ଗିରଫ କରିଥିଲା।

ରିମାଣ୍ଡରେ ଆଣିବା ପରେ ପୁଲିସ ସେମାନଙ୍କଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବ ବୋଲି କୁହାଯାଉଛି। ବିଭିନ୍ନ ମାରଣାସ୍ତ୍ର ବିଶେଷକରି ଚୋରା ବନ୍ଧୁକ କାରବାରର ଲିଙ୍କ୍ ଖୋଜିବା ପାଇଁ ପୁଲିସ ଘନଘନ ଜେରା କରିବା ବୋଲି ସୂଚନା ମିଳିଛି। ଏତେମାତ୍ରାରେ ଅସ୍ତ୍ରଶସ୍ତ୍ର କେଉଁ ଲିଙ୍କ୍‌ରେ ସେମାନଙ୍କ ପାଖକୁ ଆସୁଛି, କିଏ ସେମାନଙ୍କୁ ଚୋରା ବନ୍ଧୁକ ଯୋଗାଉଛି ଓ ଏହି ଭୟଙ୍କା କାରବାରର ଚେର କେତେବାଟ ଯାଏଁ ଲମ୍ବିଛି, ସେ ବିଷୟରେ ଜାଣିବା ପାଇଁ ପୁଲିସ ଗୁରୁତ୍ବ ଦେବ। ସେହିଭଳି କେବିଏନ୍ ଗ୍ୟାଙ୍ଗ୍‌ର ମୁଖିଆ ଦେବୀପ୍ରସାଦ ଜେନା ଓରଫ ବୁବୁ ସମେତ ଅନ୍ୟ ୨୦ଜଣ କେଉଁଠି ଅଣ୍ଡରଗ୍ରାଉଣ୍ଡ ହୋଇଛନ୍ତି, ସେ ବାବଦରେ ମଧ୍ୟ କିଛି ତଥ୍ୟ ହାସଲ କରିବ। ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ କେବିଏନ୍‌ ଗ୍ୟାଙ୍ଗ୍‌ର ୯ ଜଣଙ୍କୁ ପୁଲିସ ଗିରଫ କରିସାରିଛି।

ସମ୍ବନ୍ଧିତ ଖବର