ଚେନ୍ନାଇ ଓଡ଼ିଆ ସମାଜର ଦାବି: ତାମିଲନାଡୁରେ ଫସିଥିବା ଓଡ଼ିଆଙ୍କ ଫେରିବା ବ୍ୟବସ୍ଥା କରାଯାଉ

ଭୁବନେଶ୍ୱର: ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ବିଶେଷତଃ ଦାଦନ ଶମ୍ରିକମାନେ ନିଜ ଗାଁକୁ ଫେରିବା ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ତାମିଲନାଡୁରୁ ଫେରିବା ନେଇ କୌଣସି ଯୋଜନା ହୋଇ ନଥିବା ଜଣାପଡ଼ିଛି। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ ହେବା ପୂର୍ବରୁ ଓଡ଼ିଶା ସରକାର ଭାରତର ବିଭିନ୍ନ ରାଜ୍ୟ ପାଇଁ ନିଜର ନୋଡାଲ ଅଧିକାରୀ ଘୋଷଣା କରିଥିଲେ। ଏହି କ୍ରମରେ ତାମିଲନାଡୁ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ରଘୁରାମ ଆୟର ନିଯୁକ୍ତ ହୋଇଥିବା ବେଳେ ସେ କୌଣସି ପଦକ୍ଷେପ ନେଇ ନ ଥିବାରୁ ଚେନ୍ନାଇ ଓଡ଼ିଆ ସମାଜ ବିରକ୍ତି ପ୍ରକାଶ କରିଛି।

ଦେଢ଼ଲକ୍ଷ ଓଡ଼ିଆ ରାଜ୍ୟକୁ ଫେରିବା ପାଇଁ ପଞ୍ଜୀକୃତ ହୋଇଥିବା ବେଳେ ପୁରୁଷ, ମହିଳା ଓ ଶିଶୁମାନଙ୍କ ତଥ୍ୟ ଏବେ ବି ଗୃହ ବିଭାଗ ପାଖରେ ରହିଛି ଏବଂ ସରକାରୀ ଉଦ୍ୟମରେ କେହି ସ୍ଥାନାନ୍ତର ହୋଇଥିବା ଉପରେ କିଛି ଜାଣି ନ ଥିବା ସଂପୃକ୍ତ ଅଧିକାରୀ କହିଛନ୍ତି।

କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ ଓ ଅନ୍ୟ ରାଜ୍ୟରୁ ପ୍ରବାସୀ ଓଡ଼ିଆ ଆସି ପାରିଥିବା ବେଳେ ତାମିଲନାଡୁର ପ୍ରବାସୀ ଓଡ଼ିଆମାନଙ୍କୁ କାହିଁକି ଅଣାଯାଇପାରି ନାହିଁ, ତାହାର କୌଣସି ଉତ୍ତର ସେ ଦେଇ ପାରିନାହାନ୍ତି। ଏଣୁ ଓଡ଼ିଆଙ୍କ ସମସ୍ୟାକୁ ବୁଝିପାରିବା ପାଇଁ ଜଣେ ଓଡ଼ିଆ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ରୂପେ ନିଯୁକ୍ତ କରିବାକୁ ଚେନ୍ନାଇ ଓଡ଼ିଆ ସମାଜ ଦାବି କରିଛି।

ତାମିଲନାଡୁରେ ଓଡ଼ିଆମାନେ ଭଲରେ ଥିଲେ, ୪ଟି ଡଙ୍ଗାରେ ମତ୍ସ୍ୟଜୀବୀ ଗୋଷ୍ଠୀ ଗଞ୍ଜାମ ଉପକୂଳକୁ କାହିଁକି ଆସିଥାଆନ୍ତେ ବୋଲି ଚେନ୍ନାଇ ଓଡ଼ିଆ ସମାଜ ପ୍ରଶ୍ନ କରିଛି। କେଉଁ ସଙ୍ଗଠନ ସହ ସମ୍ପର୍କ କରି ଓଡ଼ିଶା ସରକାର ଧରି ନେଇଛନ୍ତି ସେ ସବୁ ଓଡ଼ିଆମାନେ ତାମିଲନାଡୁରେ ସୁରକ୍ଷିତ ଅଛନ୍ତି ? ଚେନ୍ନାଇ ଓଡ଼ିଆ ସମାଜ ଆହୁରି ଦାବି କରିଛି ସେ ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର କୋଭିଡ-୧୯ ପରୀକ୍ଷା ବ୍ୟବସ୍ଥା ଓଡ଼ିଶା ସରକାର ନିଜେ କରାନ୍ତୁ।

ସମ୍ବନ୍ଧିତ ଖବର