ଶେଷ ସନ୍ଧ୍ୟାରେ ଇଣ୍ଡୋନେସିଆ କଣ୍ଢେଇ ନାଚ

ଜାତୀୟ ଛଉ ନୃତ୍ୟ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର : ରାଜ୍ୟ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ତିନିଦିନିଆ ଜାତୀୟ ଛଉ ନୃତ୍ୟ ଉତ୍ସବ ଆଜି ଶେଷ ହୋଇଛି। ଅନ୍ତିମ ସନ୍ଧ୍ୟାରେ ଇଣ୍ଡୋନେସିଆ କଳାକାର ପରଦା ବିହୀନ କଣ୍ଢେଇ ନାଚ ପରିବେଷଣ କରିଥିଲେ। କଣ୍ଡେଇ ନାଚ ଜରିଆରେ ସେମାନେ ବିଭିନ୍ନ ଆଧ୍ୟାତ୍ମିକ ପ୍ରସଙ୍ଗର ଅବତାରଣା କରିଥିଲେ। ପ୍ରସିଦ୍ଧ ଇଣ୍ଡୋନେସିଆ କଣ୍ଢେଇ ନାଚ ଓଡ଼ିଶା ଦର୍ଶକଙ୍କୁ ବେଶ୍‌ ଛୁଇଁ ଥିଲା। ଏଥିସହିତ ଆଚାର୍ଯ୍ୟ ଛଉ ନୃତ୍ୟ ବିଚିତ୍ରା, ଝାଡଖଣ୍ଡ ଓ ବାମନଘାଟି ଛଉନୃତ୍ୟ ପ୍ରତିଷ୍ଠାନ, ମୟୂରଭଞ୍ଜର କଳାକାରଙ୍କ ଛଉନୃତ୍ୟ ଦେଖିବାକୁ ମିଳିଥିଲା। ଅତିଥି ଭାବେ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପୂର୍ବତନ ମୁଖ୍ୟଶାସନ ସଚିବ ଡିପି ବାଗ୍‌ଚୀ, ଇଣ୍ଡୋନେସିଆ ଆମ୍ବାସଡର୍‌ ସିଦ୍ଧାର୍ଥ ସୂର୍ଯ୍ୟ, ଶିକ୍ଷା ଓ ସଂସ୍କୃତି ବିଭାଗର ପ୍ରଫେସର ଉଓ୍ଵାନ ପ୍ରଣେତା, ସାମାଜିକ ଓ ସଂସ୍କୃତି ବିଭାଗର ଅଧିକାରୀ ଉରି ପାଣ୍ଡେ, ରାଜନୈତିକ ବ୍ୟାପାର ଅଧିକାରୀ ଅନେଷା ସୋଫନିୟା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରଦୀପ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର