ଛେନାପୋଡ଼, ସାଲେପୁର ରସଗୋଲା ମତେ ବହୁତ ଭଲ ଲାଗେ: ରାଜ୍ୟପାଳ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ସହାୟତାରେ ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓଡ଼ିଶାର ଖାଦ୍ୟକୁ ସ୍ବର୍ଗୀୟ ଓ ଦୈବକୃତ ବୋଲି ବର୍ଣ୍ଣନା କରିଛନ୍ତି। ଏଥିସହ ସେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟ ସମ୍ପର୍କରେ ମତ ରଖି କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଦିନରେ ୫ଥର ୫୬ ଭୋଗ କରି ଖୁଆଇବାର ବିଧି ଅଛି। ଓଡ଼ିଶ‌ାର ଖାଦ୍ୟରେ ଏକ ସ୍ବତନ୍ତ୍ରତା ରହିଛି। ଏହାବ୍ୟତୀତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ସ୍ବତନ୍ତ୍ର ଖାଦ୍ୟ ରହିଛି। ସାଲେପୁର ରସଗୋଲା ଓଡ଼ିଶାର ବ୍ରାଣ୍ଡ୍‌ ହୋଇସାରିଥିବା ବେଳେ ଛେନାପୋଡ଼ ଓ ସାଲେପୁରର ରସଗୋଲା ତାଙ୍କର ବହୁତ ପସନ୍ଦ ବୋଲି ପ୍ରଫେସର ଲାଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର