ଭୁବନୋବର: ଓଡ଼ିଆ ପର୍ବ ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଲୋକଙ୍କୁ ଚିତଉ ପିଠାର ସ୍ୱାଦ ଚଖାଇବା ପାଇଁ ଆଜି ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଆୟୋଜନ କରାଯାଇଥିଲା ‘ଚିତଉ ଉତ୍ସବ’। ସଂଭାବନା ଓଡ଼ିଆଣୀ ସମିତି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଓଡ଼ିଆଣୀମାନେ ନିଜେ ପ୍ରସ୍ତୁତ କରିଥିବା ଚିତଉ ପିଠା ପ୍ରଦର୍ଶନୀ କରିଥିଲେ। ବହୁ ଲୋକ ପ୍ରଦର୍ଶନୀ ବୁଲିବା ସହ ଚିତଉ ପିଠା ଖାଇଥିଲେ। ଏହି କାର୍ଯ୍ୟକ୍ରମକୁ ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ଓ ୨୦୧୮ର ଶ୍ରେଷ୍ଠ ଓଡ଼ିଆଣୀ ଚନ୍ଦ୍ରପ୍ରଭା ଦାସ ଉଦ୍ଘାଟନ କରିଥିଲେ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ମଧୁସ୍ମିତା ଦାସ, ଲୋରିସ୍ନା ବିଶ୍ୱାଳ, ନିବେଦିତା ମଲ୍ଲିକ, ବାଣୀଶ୍ରୀ ପ୍ରଧାନ, ସୌଭାଗ୍ୟଲକ୍ଷ୍ମୀ ମହାନ୍ତି, ବିଦୁଲତା ସ୍ୱାଇଁ, ମିନତିପ୍ରଭା ଦାସ, ଏଲିଜା ଜେନା, ଅମ୍ବିକା ଆଚାର୍ଯ୍ୟ, ମୀନା ପାଣିଗ୍ରାହୀ, ରେଖା ସାହୁ, କ୍ଷଣପ୍ରଭା ମହାନ୍ତି, ବିଜୟଲକ୍ଷ୍ମୀ ଦାସ, ଗୀତା ପଟ୍ଟନାୟକ, ବେବିରାଣୀ ଦାସ, ସଂଧ୍ୟାରାଣୀ ସିଂହ, ପ୍ରତୀକ୍ଷା ମହାନ୍ତି, ସଂଯୁକ୍ତା ସ୍ୱାଇଁ, ସନ୍ତୋଷୀ ପାଣିଗ୍ରାହୀ, ପଦ୍ମାଳୟା ଶତପଥୀ, ମଧୁସ୍ମିତା ସା, ସବିତା ଦାସ, ସ୍ନେହଲତା ପାଇକ, ସୁବାସିନୀ ବିଶ୍ୱାଳ, ତନୁଶ୍ରୀ ମହାନ୍ତି, ରଶ୍ମୀ ସାହୁ ଓ ନଳିନୀ ସାହୁ ପ୍ରମୁଖ ଭାଗ ନେଇଥିଲେ । ସଂଭାବନାର ଟ୍ରଷ୍ଟି ଦେବ ପ୍ରସାଦ ପରିଜା ଓ ୨୦୧୬ର ଶ୍ରେଷ୍ଠ ଓଡ଼ିଆଣୀ ସୌଦାମିନୀ ସାମଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ସଂଭାବନାର ସଦସ୍ୟ ପ୍ରଫୁଲ୍ଲ ଦେ, ସତ୍ୟବ୍ରତ ମହାପାତ୍ର ଓ ରାଜଶ୍ରୀ ଶତପଥୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସଂଭାବନା ଓଡ଼ିଆଣୀ ସମିତିର ‘ଚିତଉ ଉତ୍ସବ’
/sambad/media/post_attachments/wp-content/uploads/2018/08/m2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)