ଚିକେନ୍‌ କା‌ଉଣ୍ଟରରୁ ବିପୁଳ ମଦ ଜବତ, ମାଲିକ ଗିରଫ

ଧଉଳି: ଆଜି କଟକ ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ବାଡ୍‌ ଉତ୍ତରା ଫାଣ୍ଡି ଅଧୀନ ଗୁଡ଼ିଆପୋଖରୀ ଛକସ୍ଥିତ ରବୀନ୍ଦ୍ର ମଲ୍ଲିକଙ୍କ ଚିକେନ୍‌ କାଉଣ୍ଟରରେ ଚଢ଼ଉ କରି ବିପୁଳ ମଦ ଜବତ କରିଛି। ଜବତ ମଦ ଭିତରେ ରହିଛି ବିଭିନ୍ନ ବ୍ରାଣ୍ଡର ୧୭ ପେଟି ବିଦେଶୀ ମଦ (୧୬୫ ଲିଟର ) ଓ ୫ ପେଟି ଆସ୍କା-୪୦ (୨୫ ଲିଟର)। ଜବତ ମଦର ବଜାର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ରବୀନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ ନାମଂଜୁର ହେବାରୁ ତାକୁ ନିମାପଡ଼ା ଉପକାରାଗାରକୁ ଫଠାଇ ଦିଆଯାଇଛି। ସୂଚନାନୁଯାୟୀ ରବୀନ୍ଦ୍ର ଏହି ଚିକେନ୍‌ କାଉଣ୍ଟରରେ ମଦ ରଖି ଚୋରାରେ କାରବାର ଚଳାଇ ଆସୁଥିଲା। ଅବକାରୀ ବିଭାଗ କମିସନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ଉମାକାନ୍ତ ସ୍ବାଇଁ, ସରୋଜ ପରିଡ଼ା, ଏଏସ୍‌ଆଇ ମନୀଷା ଭୋଳ, ସଚିନ ବେହେରା ପ୍ରମୁଖ ଚଢ଼ଉରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର