ଶିଶୁ ସାହିତ୍ୟିକ ରବୀନ୍ଦ୍ର ବିଶ୍ବାଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୁବନେଶ୍ବର: ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ସ୍ବର୍ଗତ ରବୀନ୍ଦ୍ର ବିଶ୍ବାଳଙ୍କ ପ୍ରତିମୂର୍ତ୍ତି ତାଙ୍କ ବାସଭବନ ସମ୍ମୁଖରେ ଉନ୍ମୋଚିତ ହୋଇଛି। ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ସମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସାହିତ୍ୟିକ ଦାଶ ବେନହୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ।

ସଭାରେ ବରିଷ୍ଠ ଶିଶୁ ସାହିତ୍ୟିକ ଅରୁଣ ଚନ୍ଦ୍ର ମହାନ୍ତି, ରମେଶ ଚନ୍ଦ୍ର ଦାଶ, ରଘୁନନ୍ଦନ ମହାପାତ୍ର, ସୁଶାନ୍ତ କୁମାର ସେନା, ଜୟକୃଷ୍ଣ ସାହୁ, ଶରତ କୁମାର ନାୟକ, ପ୍ରଶାନ୍ତ ମଙ୍ଗରାଜ ପ୍ରମୁଖ ଯୋଗଦେଇ ସ୍ବର୍ଗତ ବିଶ୍ବାଳଙ୍କ କାଳଜୟୀ ସାହିତ୍ୟ ଓ ଜୀବନୀ ଉପରେ ଆଲୋକପାତ କରିଥିଲେ। ସ୍ବର୍ଗତ ବିଶ୍ବାଳଙ୍କ ପୁଅ ସୂର୍ଯ୍ୟକାନ୍ତ ସଭା ପରିଚାଳନା କରିଥିବା ବେଳ ପତ୍ନୀ କବୀ ଶାନ୍ତିଲତା ବିଶ୍ବାଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର