ଭୁବନେଶ୍ବର : ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ପାଇଁ ‘ଓଡ଼ିଶୀ ସିଟି କାର୍ଡ’ ନାମକ ବହୁମୁଖୀ ସେବାପ୍ରଦାନକାରୀ କାର୍ଡକୁ ଲୋକାର୍ପଣ କରିଛନ୍ତିି। ଏହି ସାଧାରଣ ସହର ଦେୟ ବ୍ୟବସ୍ଥା ସଂପନ୍ନ କାର୍ଡ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି), ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ ଓ ଆଇସିଆଇସିଆଇ ବ୍ୟାଙ୍କର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି। ସହରବ୍ୟାପୀ ବିଭିନ୍ନ ନାଗରିକ ସେବା ପାଇଁ ଏହି କାର୍ଡ ଦେୟ ପ୍ରଦାନରେ ସହାୟକ ହେବ। ବିଭିନ୍ନ ନାଗରିକ ସେବା ମଧ୍ୟରେ ବଜାରରେ କିଣାକିଣି, ସିଟିବସ୍, ମନୋରଞ୍ଜନ, ପାର୍କିଂ, ସଂପତ୍ତି ଟିକସ ଦେୟ ପ୍ରଦାନ ଆଦି ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ମୋ ଓଡ଼ିଶୀ କେନ୍ଦ୍ର’ ଉଦ୍ଘାଟନ କରିଥିଲେ। ଏହି କେନ୍ଦ୍ରଗୁଡ଼ିକ ଜରିଆରେ ଦେୟ ପ୍ରଦାନ ସେବା ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ୨୫ଟି ମୋ ଓଡ଼ିଶୀ କେନ୍ଦ୍ର ଖୋଲାଯାଇଛି। ମୋଟ ୩୨୫ଟି େକନ୍ଦ୍ର ଖୋଲିବ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ଏଭଳି କାର୍ଡ ବ୍ୟବସ୍ଥା ଭୁବନେଶ୍ବର ଐତିହ୍ୟ ସହରରୁ ସ୍ମାର୍ଟସିଟି ଦିଗକୁ ଯାତ୍ରା କରୁଥିବାର ଏକ ପ୍ରତିଫଳନ ମାତ୍ର। ବୈଷୟିକ ପ୍ରଯୁକ୍ତି ବିଦ୍ୟା ଜରିଆରେ ଏହି ସହରକୁ ଏକ ଅତ୍ୟାଧୁନିକ ସହରାଞ୍ଚଳରେ ପରିଣତ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତିି। ଆଗାମୀ ଦିନରେ ପୁରୁଷ ବିଶ୍ବ କପ୍ ହକିର ଆୟୋଜନ ବେଳେ ଏହି ସହରକୁ ପ୍ରମୁଖ କ୍ରୀଡ଼ା ସହରରେ ରୂପାନ୍ତରିତ କରିବାକୁ ମଧ୍ୟ ଏହି ଉଦ୍ୟମ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଉତ୍ସବରେ ପ୍ରଥମ ଓଡ଼ିଶୀ ସିଟି କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା, ଉନ୍ନୟନ କମିସନର, ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
‘ଓଡ଼ିଶୀ ସିଟି କାର୍ଡ’କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଐତିହ୍ୟ ସହର ଭୁବନେଶ୍ବରର ସ୍ମାର୍ଟସିଟି ଦିଗକୁ ଯାତ୍ରା
/sambad/media/post_attachments/wp-content/uploads/2018/10/Bhabani-bhai2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)