ମୁଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ

ବିଜୁ ଯୁବ ଜନତା ଦଳର ରକ୍ତଦାନ ଶିବିର
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସରେ ବିଜୁ ଯୁବ ଜନତା ଦଳ(ବିଵାଇଜେଡି) ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ଯୁବ ଜନତା ଦଳର ସଭାପତି ସମରେଶ ବେଉରାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ। ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଜୀବନ ବିନ୍ଦୁ ସହ ସଂଯୋଜକ ଅଶ୍ବିନୀ ସୁନ୍ଦରାୟ ଅତିଥି ଭାବେ ଯୋଗ ଦେଇଥିଲେ। ଶିବିରରୁ ୧୦୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ସଫଳ ଆୟୋଜନ ପାଇଁ ସଭାପତି ଶ୍ରୀ ବେଉରା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଦିବ୍ୟାଙ୍ଗଙ୍କ ଗହଣରେ ପାଳନ ହେଲା
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ବିଜୁ ଯୁବ ଜନତା ଦଳର ଉପସଭାପତି ଜ୍ୟୋସ୍ନାମୟୀ ପରିଡ଼ା ଓଡ଼ିଶା ଆସୋସିଏସନ୍ ଅଫ୍ ଦ ବ୍ଲାଇଣ୍ଡ୍ ପ୍ରାଙ୍ଗଣରେ ଦିବ୍ୟାଙ୍ଗଙ୍କୁ ମାସ୍କ ଓ ସାନିଟାଇଜର୍ ବଣ୍ଟନ କରିଛନ୍ତି। ଏହା ସହିତ ଦେଶବାସୀଙ୍କ ହିତ ପାଇଁ ରକ୍ତଦାନ ସହିତ କରୋନା ନିୟମାବଳୀ ମାନିବାକୁ ବିଜୁ ଯୁବ ଜନତା ଦଳର ଉପସଭାପତି ଧୃତି ମାର୍ଥା ମତବ୍ୟକ୍ତ କରିଥି‌ଲେ। କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଂପାଦିକା ଲଗ୍ନାଦିପା ମିଶ୍ର, ଯୁଗ୍ମ ସଂପାଦକ ସୌମ୍ୟରଂଜନ ତ୍ରିପାଠୀ, ସାଧାରଣ ସଂପାଦକ ସଙ୍କେତ ରାୟ, ସଂପାଦକ ଅନନ୍ତ ନାରାୟଣ ଜେନା, ଯୁଗ୍ମ ସଂପାଦକ ପବନ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ବୃଦ୍ଧାଶ୍ରମରେ ପା‌ଳିଲେ ଶ୍ରୀମୟୀ ମିଶ୍ର
ଭୁବନେଶ୍ବର : କଟକ ନରାଜସ୍ଥିତ ଶ୍ରଦ୍ଧା ଓ ସାଧନା ବୃଦ୍ଧାଶ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ତଥା ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ଦୀର୍ଘ ୮ ମାସ ହେବ କରୋନା ସହ ରାଜ୍ୟବାସୀ ଲଢ଼େଇ କରୁଥିବାରୁ ନିଜ ଜନ୍ମଦିନରେ ନବୀନ ନିବାସ ନ ଆସି ଦୁଃଖୀ, ଦରିଦ୍ର ଓ ଅସହାୟ ଲୋକଙ୍କ ପାଖକୁ ଯାଇ ଖୁସି ବାଣ୍ଟିବା, ରକ୍ତଦାନ କରିବା ଓ ଗୁରୁତର କୋଭିଡ ରୋଗୀଙ୍କ ପାଇଁ ପ୍ଲାଜମା ଦାନ କରିବାକୁ ଦଳୀୟ ନେତା, କର୍ମୀ ଓ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି କ୍ରମରେ ଶ୍ରୀମୟୀ ବୃଦ୍ଧାଶ୍ରମକୁ ଯାଇ ଶାଢ଼ି, ଶୀତବସ୍ତ୍ର, ମାସ୍କ, ସାନିଟାଇଜର, ଫଳ, ଶୁଖିଲା ଖାଦ୍ୟ ବାଣ୍ଟିଥିଲେ। ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମହାନ୍ତି, ବିଜୁ ଛାତ୍ର ଜନତା ଦଳର କଟକ ଜୋନ୍ ସଭାପତି ସ୍ମୃତିରଞ୍ଜନ ଦାଶ, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଅଂଶୁମାନ ରଶ୍ମି ସାଗର ସେଠୀ, ଅପର୍ଣ୍ଣା ଦାସ, ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦିକା ସ୍ବରାଜଲଷ୍ମୀ ସାମଲ, ରାଜ୍ୟ ଛାତ୍ର ବିଜେଡି ଉପସଭାପତି ଭବାନୀ ଶଙ୍କର ଦାଶ, ଚିନ୍ମୟ ଦାସ, ରାଜ୍ୟ ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ପ୍ରୀତି ପ୍ରିୟଙ୍କା, ଦୀପିକା ସାହୁ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦୀକ୍ଷିତ୍, ଯୁଗ୍ମ ସମ୍ପାଦିକା ସୁପ୍ରୀତି ନାଥ ଶର୍ମା, ସୋନାଲି ସାହୁ, ପୂର୍ଣ୍ଣିମା ବେହେରା ଓ ଡାକ୍ତର ସ୍ୱାଗତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ରନ୍ଧାଖାଦ୍ୟ, ମାସ୍କ ବାଣ୍ଟିଲେ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ରାଜ୍ୟ ଯୁବ ବିଜେଡି କର୍ମକର୍ତ୍ତା ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରିଥିଲେ। ରାଜ୍ୟ ବିଜେଡି ସମ୍ପାଦକ (ଯୁବ ବ୍ୟାପାର) ଅମରେଶ ପତ୍ରୀଙ୍କ ନିର୍ଦେଶରେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଦୀପକ କୁମାର ସାହୁ, ଯୁବନେତା ରଶ୍ମିରଞ୍ଜନ ଦାଶ ଓ ଯୁବ ବିଜେଡ଼ି ସମ୍ପାଦିକା ମହିକ୍ଷୀତା ମିଶ୍ର ସହରର ବିଭିନ୍ନ ଅଞ୍ଚଳରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରିଥିଲେ। ସ୍ମିତା ପରିଡ଼ା, ଶକ୍ତିପ୍ରକାଶ ରାଉତ, ମଧୁସ୍ମିତା ସାହୁ, ପ୍ରୀତିକୁମାରୀ ଦାସ, ଆଶିଷ ଜେନା, ଅରୁଣ ଜଗଦ୍ଦେବ, ଜ୍ୟୋତିରଞ୍ଜନ ପାଲ, ଜ୍ୟୋତିରଞ୍ଜନ ବାରିକ, ମିଲନ ମହାପାତ୍ର, ବିଧିତ ଶତପଥୀ ଓ ଦେବାଶିଷ ପଣ୍ଡା ସହଯୋଗ କରିଥିଲେ।

ବସ୍ତିରେ ପାଳିଲେ ଓଏଫ୍‌ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ
ଭୁବନେଶ୍ବର,୧୬|୧୦(ଇମିସ): କଟକ ଡିୟରପାର୍କ ବସ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିଛନ୍ତି ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମ (ଓଏଫ୍‌ଡିସି) ଅଧ୍ୟକ୍ଷ କୁନା ତ୍ରିପାଠୀ। ସେ ବସ୍ତି ବାସିନ୍ଦାଙ୍କୁ କରୋନାରୁ ବର୍ତିବା ପାଇଁ ସଚେତନ କରାଇବା ସହ ସାନିଟାଇଜର, ମାସ୍କ, ଫଳ ଓ ବିସ୍କୁଟ୍‌ ବଣ୍ଟନ କରିଥିଲେ। ଏଥିସହ ବିଡ଼ାନାସୀ ପୁଲିସ୍‌ ଷ୍ଟେସନ୍‌ ଯାଇ କରୋନା ଯୋଦ୍ଧା ପୁଲିସ୍‌ମାନଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ।

ଜୀବନବିନ୍ଦୁରୁ ୭୪ୟୁନିଟ୍‌ ରକ୍ତ ସଂଗ୍ରହ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିବସରେ ମଧ୍ୟ ନିର୍ବାଚନମଣ୍ଡଳୀରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୟୁନିଟ୍‌ ୮ସ୍ଥିତ ଗୋପବନ୍ଧୁ ସ୍ମୃତି ସଦନରେ ୭୪ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିବିରକୁ ଉଦଘାଟନ କରିଥିଲେ। ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ଦେବୀରଂଜନ ତ୍ରିପାଠୀ, ମଧ୍ୟ ନିର୍ବାଚନମଣ୍ଡଳୀ ଜୀବନ ବିନ୍ଦୁ ସଂଯୋଜକ ନବକିଶୋର ବେହେରା, ବିଜୁ ଛାତ୍ର ଜନତା ଦଳର ମହାସଚିବ ଇପ୍ସିତା ସାହୁ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମାଜସେବୀ ଶାରଦା ପ୍ରସନ୍ନ ମହାନ୍ତିଙ୍କ ସମେତ ସଦନର ସଦସ୍ୟବୃନ୍ଦ, ଭୁବନେଶ୍ବର ଜିଲ୍ଲା ବିଜେଡିର କର୍ମକର୍ତା, ଯୁବକ ଓ ମହିଳା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର