ଭୁବନେଶ୍ୱର: ଦାନ୍ତରେ ଯନ୍ତ୍ରଣା ଅନୁଭବ କରିବାରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ଅପରାହ୍ଣ ୫ଟାରେ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କର ସ୍ୱତନ୍ତ୍ର ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ। ପ୍ରାୟ ଅଧଘଣ୍ଟା ରହିବା ପରେ ମୁଖ୍ୟମନ୍ତ୍ରୀ ଫେରି ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ହସ୍ପିଟାଲରେ ଆଜି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଗତ ୨୦ତାରିଖରେ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ। ତେବେ ତାଙ୍କ ଡାକ୍ତର ଦିଲ୍ଲୀ ଯାଇଥିବାରୁ ସେ ହସ୍ପିଟାଲରୁ ଫେରି ଯାଇଥିଲେ। ତେବେ ହସ୍ପିଟାଲରେ ପହଞ୍ଚିବା ପରେ ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ରୁମ୍ ଚାବି ମିଳି ନ ଥିଲା। ହସ୍ପିଟାଲରେ ୫ରୁ ୧୦ମିନିଟ୍ ରହିବା ପରେ ମୁଖ୍ୟମନ୍ତ୍ରୀ ଫେରି ଯାଇଥିଲେ।
କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2018/04/naveenpatnaik.jpg)