ଭୁବନେଶ୍ୱର: ବିନ୍ଦୁସାଗର ନିକଟରେ ବ୍ରାହ୍ମଣ ନିଯୋଗ ସମିତି ନିମନ୍ତେ ଚିକିଟି ଆଖଡ଼ା ଉଦ୍‌ଘାଟିତ ହୋଇଯାଇଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ ଶାନ୍ତି, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ନାୟକ, ଯୁଗ୍ମ ନିର୍ଦ୍ଦେଶକ ସଂଘମିତ୍ରା ଶତପଥୀ, କର୍ପୋରେଟର୍‌ ରଶ୍ମିତା ମହାପାତ୍ର, ସୀମା ନାୟକ, ବିରଞ୍ଚି ନାରାୟଣ ମହାସୂପକାରଙ୍କ ସମେତ ବ୍ରାହ୍ମଣ ନିଯୋଗ ସମିତିର ସଭାପତି ଶ୍ୟାମସୁନ୍ଦର ମହାପାତ୍ର, ସମ୍ପାଦକ ବିରଞ୍ଚି ନାରାୟଣ ପତି, ଦାଶରଥୀ ଗରାବଡ଼ୁ ଓ ପ୍ରସନ୍ନ ମହାସୂପକାର ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ମନ୍ତ୍ରୀ ଶ୍ରୀ ପଣ୍ଡା ବିନ୍ଦୁସାଗରର ଜଗତି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ରଜ୍ୟା ପ୍ରତ୍ନତତ୍ତ୍ୱ ବିଭାଗର ପ୍ରକଳ୍ପ ଯନ୍ତ୍ରୀ ସରୋଜ ନନ୍ଦ କାର୍ଯ୍ୟର ପ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ।