ଭୁବନେଶ୍ବର: ବସ୍ ଭିତରେ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗରେ ଯାତ୍ରୀମାନେ ଜଣେ ବୟସ୍କ ଲୋକକୁ ବହେ ଛେଚିବା ପରେ ପୁଲିସ ଜିମା ଦେଇଛନ୍ତି। ତମାଣ୍ଡୋ ଥାନା ପୁଲିସ ଅଭିଯୁକ୍ତ ବିରେଶ ସାହୁକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ସୂଚନା ମୁତାବକ, ସୋମବାର ଦିନ ନାବାଳିକାଜଣକ ଜଙ୍କିଆରୁ ଏକ ଘରୋଇ ବସ୍ରେ ଉଠିଥିଲେ। ସେ କଟକ ଯାଇଥାଆନ୍ତେ। ବସ୍ରେ ସିଟ୍ ନଥିବାରୁ ସେ ଠିଆ ହୋଇ ରହିଥିଲେ। କିଛି ବାଟ ପରେ ବିରେଶ ନାବାଳିକାଙ୍କୁ ଡାକି କଥାବାର୍ତ୍ତା କରିଥିଲା ଓ ପାଖରେ ବସିବାକୁ କହିଥିଲା। ସିଟ୍ରେ ସ୍ଥାନ ନଥିଲେ ମଧ୍ୟ ବିରେଶ ଜାକିଜୁକି ହୋଇ ନାବାଳିକାକୁ ବସିବା ପାଇଁ ସ୍ଥାନ ଦେଇଥିଲା। ବୟସ୍କ ଲୋକ ହୋଇଥିବାରୁ ନାବାଳିକା ଜଣକ ସେମିତି କିଛି ନଭାବି ବିରେଶଙ୍କ ପାଖରେ ବସିଥିଲେ। ବସ୍ଟି ଖୋର୍ଦ୍ଧା ପାର୍ ହେବା ପରେ ବିରେଶର ଅସଲ ଚେହେରା ପଦାକୁ ଆସିଥିଲା। ଭିଡ଼ର ସୁଯୋଗ ନେଇ ସେ ନାବାଳିକାକୁ ଅସଦାଚରଣ କରିବାକୁ ଲାଗିଥିଲା। ପ୍ରଥମେ ନାବାଳିକା ଜଣକ ବୟସ୍କ ବିରେଶଙ୍କ ଏଭଳି ଆଚରଣକୁ ବିଶ୍ବାସ କରିପାରିନଥିଲେ। କିନ୍ତୁ ପରେ ସେ ସିଟ୍ରୁ ଉଠିପଡ଼ି ପାଟି କରିଥିଲେ। ଘଟଣା ଜାଣିବା ପରେ ବସ୍ଯାତ୍ରୀମାନେ ବିରେଶଙ୍କୁ ବହେ ଛେଚିଥିଲେ ଓ ତମାଣ୍ଡୋ ଥାନା ପୁଲିସ ଜିମା ଦେଇଥିଲେ।
ବସ୍ରେ ନାବାଳିକାକୁ ଅସଦାଚରଣ: ନିସ୍ତୁକ ଛେଚି ପୁଲିସ ଜିମା ଦେଲେ ବସ୍ଯାତ୍ରୀ, ବୟସ୍କ ବ୍ୟକ୍ତି ଅଟକ
/sambad/media/post_attachments/wp-content/uploads/2021/11/Man-Abuses-a-Minor-Inside-Bus-Got-Arrested-by-Public_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)