କ୍ଷୀର ହାଣ୍ଡିରେ ପଡ଼ି ୩ ବର୍ଷର ଶିଶୁକନ୍ୟା ଗୁରୁତର

ବାଲିଅନ୍ତା : ବାଳକାଟି ଫାଣ୍ଡି ଅଧୀନ ବଡ଼ଭୋଇ ସାହି ଅଞ୍ଚଳରେ ଆଜି ସକାଳେ ଜଣେ ୩ ବର୍ଷର ଶିଶୁ କ୍ଷୀରହାଣ୍ଡିରେ ପଡ଼ି ଗୁରୁତର ଆହତ ହୋଇଛି। ପରିବାର ଲୋକ ଶିଶୁକନ୍ୟାଟିକୁ ଚିକିତ୍ସା ଲାଗି ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ତାଙ୍କୁ ଚିକିତ୍ସା ନକରି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲେ। ଏନେଇ ସଂପୃକ୍ତ ପରିବାର ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ଡାକ୍ତରଖାନା ପକ୍ଷରୁ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆ ନଯିବାରୁ ସେମାନେ ଅଟୋରେ ଯିବାକୁ ବାଧ୍ୟ ହୋଇଥିଲେ। ପିଲାର ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଅଛି। ପ୍ରାପ୍ତ ସୂଚନାନୁଯାୟୀ ଶିଶୁଟି ଦୌଡ଼ିକି ଯିବା ବେଳେ ଆଉଟା କ୍ଷୀର ହାଣ୍ଡି ଉପରେ ଛିଟିକି ପଡ଼ିଥିଲା। ଗରମ କ୍ଷୀର ଲାଗି ତା ଶରୀର ସିଝି ଯାଇଥିଲା।

ସମ୍ବନ୍ଧିତ ଖବର