ଭୁବନେଶ୍ବର: ଅଧାରେ ଅଟକିଲା ବାଲ୍ୟ ବିବାହ। ଭୁବନେଶ୍ବର ଚନ୍ଦକା ଅଞ୍ଚଳରେ ବାଲ୍ୟ ବିବାହର ଆୟୋଜନ ଚାଲିଥିବାବେଳେ ପହଞ୍ଚିଲା ଚାଇଲ୍ଡଲାଇନ। ଘଟଣାସ୍ଥଳରେ ଚାଇଲ୍ଡ ଲାଇନ, ସିଡିପିଓ ଓ ଚନ୍ଦକା ପୁଲିସ ପହଁଞ୍ଚିବା ପରେ ବିବାହ ବନ୍ଦ କରିଥିଲା। ନାବାଳିକା ଜଣକ ୧୬ ବର୍ଷ ହୋଇଥିବା ବେଳେ ସେ ସ୍କୁଲରେ ପଢୁଛନ୍ତି। ନାବାଳିକାଙ୍କ ବାପା-ମାଆ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ଝିଅର ବିବାହ କରୁଥିବା ବେଳେ ଚାଇଲ୍ଡଲାଇନ ଏହି ସୂଚନା ପାଇଥିଲା ଏବଂ ମିଳିତ ଅପରେସନରେ ଶିଶୁଟିକୁ ଉଦ୍ଧାର କରାଯାଇଛି। ଚାଇଲ୍ଡ ଲାଇନ୍ ଶିଶୁକୁ ସିଡବ୍ଲୁସିରେ ପ୍ରଡ୍ୟୁସ କରିଥିଲା ​​ଏବଂ ଏହାର ନିର୍ଦ୍ଦେଶ ସହିତ ପିଲାଟିକୁ ଭିଜେଏସ୍ଏସ୍ ଆଶ୍ରୟସ୍ଥଳୀରେ ରଖାଯିବ ବୋଲି ଚାଇଲ୍ଡ ଲାଇନ ସୂଚନା ଦେଇଛି। ଏହି ଘଟଣା ନେଇ ଚନ୍ଦକା ପୁଲିସ ଷ୍ଟେସନରେ ଚାଇଲ୍ଡ ଲାଇନ ଏତଲା ଦେଇଥିବାବେଳେ ଖୋର୍ଦ୍ଧା ଡିସିପିଓ ଏବଂ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷଙ୍କୁ ଜଣାଇଛି ।
ଅଧାରେ ଅଟକିଲା ବାଲ୍ୟ ବିବାହ
/sambad/media/post_attachments/wp-content/uploads/2022/11/aa675033-e049-4f69-a145-8f4fd8bd16a7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)