ନନ୍ଦନକାନନରୁ ୩ ବର୍ଷର ଶିଶୁ ନିଖୋଜ

ପର୍ଯ୍ୟଟକଙ୍କୁ ଲୁଟିଲେ ନାବାଳକ ଲୁଟେରା

ବାରଙ୍ଗ : ଆଜି ନୂଆବର୍ଷରେ ନନ୍ଦନକାନନରେ ଏତେ ଭିଡ଼ ଥିଲା ଯେ ଏଠାକୁ ବୁଲି ଆସିଥିବା ବେଗୁନିଆ ଥାନା ଭୀମପୁର ଗ୍ରାମର ପ୍ରଭାସିନୀ ନାୟକଙ୍କର ୩ ବର୍ଷର ପୁତୁରା ନିଖୋଜ ହୋଇ ଯାଇଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ସେହିପରି ୧୫ରୁ ଅଧିକ ପର୍ଯ୍ୟଟକ ଲୁଟର ଶିକାର ହୋଇଛନ୍ତି। ମନିପର୍ସ ଓ ମୋବାଇଲ୍‌ ଫୋନ୍‌ ଲୁଟିବାବେଳେ ପୁଲିସ ଦୁଇ ବାଳ ଅପରାଧୀଙ୍କୁ ଧରି ପଚରାଉଚରା ପରେ ଛାଡ଼ି ଦେଇଛି। ଗ୍ୟାଙ୍ଗର ମୁଖ୍ୟ ଗେଟ୍‌ ବାହାରେ ରହି ୧୨ରୁ ୧୬ ବର୍ଷର ନାବାଳକଙ୍କୁ ଲୁଟ୍‌ରେ ନିୟୋଜିତ କରୁଥିବା ପୁଲିସ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର