ଭୁବନେଶ୍ୱର: ଦୀର୍ଘ ୧୨ ଦିନ ଧରି ମାଷ୍ଟର କ୍ୟାଣ୍ଟିନ୍ରୁ ନିଖୋଜ ହୋଇଯାଇଥିବା ଅଣଓଡ଼ିଆ ଶିଶୁପୁତ୍ର ଆଜି ରହସ୍ୟଜନକ ଭାବରେ ଭୁବନେଶ୍ବର ରେଳଷ୍ଟେସନରୁ ମିଳିଛି। ଆଜି ‘ସମ୍ବାଦ’ରେ ଫଟୋ ସହ ଖବର ପ୍ରକାଶ ପାଇବା ପରେ ଶିଶୁପୁତ୍ର ରେଳ ଷ୍ଟେସନରେ ବସିଥିବା ଦେଖିବାକୁ ମିଳିଥିଲା। ଶିଶୁପୁତ୍ରର ପରିଜନ ବିଶ୍ରାମ ନେବା ପାଇଁ ଷ୍ଟେସନ ଯାଇଥିବା ବେଳେ ପୁଅକୁ ପାଇଥିଲେ। ଖବର ପାଇ ଖାରବେଳ ନଗର ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଖବର ପ୍ରଚାରିତ ହେବା ପରେ ଗିରଫ ଭୟରେ ଅପହର୍ତ୍ତା ଶିଶୁପୁତ୍ରକୁ ଛାଡ଼ି ଚାଲି ଯାଇଥିବା ପୁଲିସ ସନ୍ଦେହ କରୁଛି। ଷ୍ଟେସନ୍ରେ ଲାଗିଥିବା ସିସି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଉଛି। କିଏ ଆଣି ଛାଡ଼ିଛି, ତାକୁ ଚିହ୍ନଟ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାରବେଳ ନଗର ଥାନା ଇନ୍ସପେକ୍ଟର ବିଶ୍ବରଞ୍ଜନ ସେନାପତି ସୂଚନା ଦେଇଛନ୍ତି। ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି। ସିଡବ୍ଲୁସି(ଶିଶୁ ମଙ୍ଗଳ ସମିତି)ରେ ଉପସ୍ଥାପନ କରାଯିବା ପରେ ତାକୁ ପରିବାରବର୍ଗଙ୍କ ଜିମା ଦିଆଯାଇଛି।
/sambad/media/post_attachments/wp-content/uploads/2020/01/sf5h4fs874h8sf564hf5s6h45sf64h56sf4h56sfh4fshsfhsfhsf-1.jpg)
ସୂଚନା ମୁତାବକ, ବିହାର ମୁଜାଫରପୁର ତେରିଆରର ଅରୁଣ ଖରାର୍ ଗତ ୮ ତାରିଖ ଦିନ ଭୁବନେଶ୍ୱର ଆସିଥିବା ବେଳେ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ତାଙ୍କର ୪ ବର୍ଷର ଶିଶୁପୁତ୍ର ଆଦର୍ଶ ନିଖୋଜ ହୋଇଯାଇଥିଲା। କେହି ତାକୁ ଅପହରଣ କରିଥିବା ନେଇ ୯ତାରିଖ ଦିନ ଅରୁଣ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Missing-Child-Found-in-Railway-Station_Thumbnail.jpg)