ଭିକ୍ଷାବୃତ୍ତି ବେଳେ ୫ବର୍ଷର ଶିଶୁ ଉଦ୍ଧାର

ଭୁବନେଶ୍ୱର : ଭିକ୍ଷାବୃତ୍ତି କରୁଥିବା ଜଣେ ୫ବର୍ଷର ଶିଶୁକୁ ଆଜି ଉଦ୍ଧାର କରାଯାଇଛି। ଶିଶୁଟିକୁ ଚାଇଲଡ୍‍ ଲାଇନ୍‍ ପକ୍ଷରୁ ଉଦ୍ଧାର ପରେ ରାଜ୍ୟ ଶିଶୁ ସୁରକ୍ଷା ସମିତି (ସିଡବ୍ଲ୍ୟୁସି)ରେ ଉପସ୍ଥାପନ କରାଯାଇଛି। ସିଡବ୍ଲ୍ୟୁସିଙ୍କ ନିର୍ଦେଶ ଅନୁଯାୟୀ ତାକୁ ଚାଇଲଡ଼୍‍ ଲାଇନ୍‌ରେ ରଖାଯାଇଛି। ଅଭାବରେ ପଡ଼ି ଶିଶୁଟିର ମା’ ତାକୁ ଭିକ୍ଷାବୃତ୍ତିରେ ନିୟୋଜିତ କରିଥିଲେ। ଆଜି ପୂର୍ବାହ୍ନରେ ରସୁଲଗଡ଼ରେ ଶିଶୁଟି ଭିକ୍ଷା ବୃତ୍ତି କରୁଥିବା ଖବର ପାଇ ଚାଇଲଡ୍‍ ଲାଇନ୍‍ ପକ୍ଷରୁ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। ସେତେବେଳେ ତା’ ମା’ ସେଠାରେ ଉପସ୍ଥିତ ନଥିଲେ।

ସମ୍ବନ୍ଧିତ ଖବର