ପୁରୁଣା ଭୁବନେଶ୍ୱର: ଜଣେ ଦୁଇ ମାସର ଶୁଶୁକୁ ହଜାରେ ଟଙ୍କାରେ ବିକ୍ରୀ କରିବା ନେଇ ଆଜି ରାଜଧାନୀରେ ଚର୍ଚାର ବିଷୟ ପାଲଟିଛି। ଏୟାର ଫିଲଡ୍ ଥାନା ଅଞ୍ଚଳୁ ଏକ ଶିଶୁକୁ ୟୁନିଟ୍ ୩ମାଳି ସାହି ନିକଟ ମସଜିଦ୍ କଲୋନୀରେ ଜଣେ ମହିଳାଙ୍କୁ ଶିଶୁଟିକୁ ବିକ୍ରୀ କରଛି। ତେବେ ରାଜଧାନୀରେ ଶୁଶୁ ବିକ୍ରୀ ର୍ୟାକେଟ୍ର ପୁଲିସ ସୁରକ୍ ପାଇଥିବା ବେଳେ ଏନେଇ ଅଧିକ ଖୋଲତାଡ଼ ଆରମ୍ଭ କରିଛି। ଏୟାର ଫିଲଡ଼୍ ଥାନା ଅଧିକାରୀ ଦେବୀ ଶଙ୍କର ପ୍ରସାଦଙ୍କ ସୂଚନା ଅନୁଯାୟୀ କପିଳପ୍ରସାଦ ହାଟରେ ରହୁଥିବା ମିଞ୍ଜି ନାୟକ ନାମକ ମହିଳା ତାଙ୍କ ପରିବାର ସହ ଜରି ଗୋଟାଇ ଏହାକୁ ବିକ୍ରୀ କରି ଚଳନ୍ତି। ତାଙ୍କର ଦୁଇଟି ପୁଅ ସମେତ ଏକ ୧୫ବର୍ଷର ଝିଅ ଓ ୨ମାସର ଝିଅ ସହ ହାଟ ପିଣ୍ଡିରେ ରହୁନ୍ତି। ତେବେ ଅଭାବରେ ପଡ଼ି ଗତ ଦୁଇ ଦିନ ପୂର୍ବରୁ ୟୁନିଟ୍ ୩ ମାଳି ସାହି ନିକଟ ମସଜିଦ୍ କଲୋନୀରେ ରହୁଥିବା ରୁକ୍ସାନା ବେବୀ ନାମକ ମହିଳାଙ୍କୁ ହଜାରେ ଟଙ୍କାରେ ଶୁଶୁ ଟିକୁ ବିକ୍ରୀ କରିଥିଲେ। ଆଜି ଶୁଶୁ କଥା ମନେ ପଡ଼ିବାରୁ ତାଙ୍କ ପରିବାର ଲୋକେ ମାଳି ସାହି ଯାଇ ଶୁଶୁଟିକୁ ମାଗିଥିଲେ। ତେବେ ମହିଳା ଜଣକ ମନା କରିବାରୁ ମିଞ୍ଜି ଏୟାର ଫିଲଡ଼୍ ଥାନାରେ ଜଣାଇଥିଲେ। ପୁଲିସ ଏନେଇ ଆଜି ତାଙ୍କ ପରିବାର ସହ ୟୁନିଟ୍ ୩ମାଳି ସାହି ଯାଇ ଶୁଶୁଟିକୁ ଉଦ୍ଧାର କରିଥିଲେ। ପୁଲିସ ରୁକ୍ସାନାଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛନ୍ତି। ଏହି ଘଟଣାରେ ବଡ଼ ଧରଣରେ ଶିଶୁ ବିକ୍ରୀ ର୍ୟାକେଟ୍ କାର୍ଯ୍ୟ କରୁଛି ବୋଲି ସନ୍ଦେହ ପ୍ରକାଶ ପାଉଥିବାରୁ ଖାରବେଲ ନଗର ଥାନା ଆଇଆଇସି ଅନୁପ୍ କାନୁନ୍ଗୋ ଘଟଣାର ଛାନ୍ବିନ୍ ଚଳାଇଛି।
ହଜାରେ ଟଙ୍କାରେ ଶିଶୁ ବିକ୍ରି!
ଉଦ୍ଧାର କଲା ପୁଲିସ, ବଡ଼ ଧରଣର ର୍ୟାକେଟ୍ ସନ୍ଦେହ
/sambad/media/post_attachments/wp-content/uploads/2018/02/download-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)