ସତ୍ୟନଗର ଲେଡିଜ୍‌ ଫୋରମ ପକ୍ଷରୁ ଶିଶୁ ପ୍ରତିଭା ସମ୍ମାନ ସମାରୋହ

ଭୁବନେଶ୍ବର: ସତ୍ୟନଗର ଲେଡିଜ୍‌ ଫୋରମ ପକ୍ଷରୁ ୟୁନିଟ୍‌-୩ ସ୍ଥିତ ସ୍କାଉଟ୍‌ ଓ ଗାଇଡ୍‌ କାର୍ଯ୍ୟାଳୟଠାରେ ଶିଶୁ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚିତ୍ରାଙ୍କନ, ଇଂରାଜୀ ରାଇମସ୍‌, ଆଧୁନିକ ଓ ଶାସ୍ତ୍ରୀୟ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦିକା ଅନୁରାଧା ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇଥିଲେ। ଇଂରାଜୀ ପ୍ରତିଯୋଗିତାରେ ଶୃତକୀର୍ତ୍ତି ତ୍ରିପାଠୀ, ସଞ୍ଜୁକ୍ତା ପଣ୍ଡା, ଉମାଶଙ୍କର ବିଚାରପତି ଭାବେ ଯୋଗ ଦେଇଥିଲେ।

ଆଧୁନିକ ଓ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତା ପାଇଁ ମୀନାକ୍ଷୀ ଓ ନୀଳାଦ୍ରି ବିଚାରକ ମଣ୍ଡଳୀର ସଦସ୍ୟ ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶୋଭେଦିତା ରାୟ, ରଶ୍ମିତା ମଲ୍ଲିକ, ଲକ୍ଷ୍ମୀପ୍ରିୟା ମିଶ୍ର, ଦୀପ୍ତିପ୍ରଭା ରଥ, ଅବିନାଶ ରାୟ ଚୌଧୁରୀ, ଗୋବିନ୍ଦ ପାତ୍ର, ଆରାଧନା ସାହୁ, ରତ୍ନ ମଞ୍ଜରୀ ସାମନ୍ତରାୟ, ମାନସୀ ପାଢ଼ୀ, ଉମା ଭାରତୀ, ନିହାରିକା ମହାପାତ୍ର, ବିଦ୍ୟୁତ୍‌ଲତା ସ୍ବାଇଁ, ବନ୍ଦନା ଦାସ କାନୁନଗୋ, ଦୀପ୍ତିମୟୀ ବେହେରା, ତ୍ରିବେଣୀ ଗାଙ୍ଗୁଲି, ସ୍ବର୍ଣ୍ଣବାଳା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିମା ତ୍ରିପାଠୀ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର