ଚନ୍ଦ୍ରଶେଖରପୁର: ଶୈଶବ ହିଁ ବ୍ୟକ୍ତିର ଭବିଷ୍ୟତ ନିର୍ଦ୍ଦିଷ୍ଟ ହୋଇଥାଏ। ଜୀବନର ଏହି ସମୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଶିଶୁମାନଙ୍କଠାରେ ଅସୀମ ଶକ୍ତି ଓ ସାମର୍ଥ୍ୟ ଭରି ରହିଛି। ଏହାର ସଫଳ ଉପଯୋଗ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ କରିବାକୁ କିଟ୍ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଷ୍ଟମ ପ୍ରତିଷ୍ଠା ଦିବସ ଓ ଦୁଇ ଦିନିଆ ଜାତୀୟ ସମ୍ମିଳନୀର ଉଦ୍ଯାପନୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆହ୍ବାନ ଦେଇଛନ୍ତି। ସେ ଆହୁରି କହିଲେ, ବର୍ତମାନ ସମୟରେ ଜଳ, ବାୟୁ, ପୃଥିବୀ ପ୍ରଦୂଷିତ ହୋଇଛି। ଏଭଳି ସ୍ଥିତିରେ ପିଲାଙ୍କ ସୁରକ୍ଷା ଏବେ ଚିନ୍ତାର ବିଷୟ ପାଲଟିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଗସ୍ତ ସମୟରେ ଉକ୍ତ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବ, ସବୁ ପିଲା ଯେପରି ସ୍କୁଲକୁ ଯିବେ ସେ ଦିଗରେ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ ପରାମର୍ଶ ଦେଉଛି ବୋଲି ରାଜ୍ୟପାଳ କହିଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, କିଟ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ୟୁନିସେଫ୍ର ରାଜ୍ୟ ଅଧିକାରୀ ଅଳକା ଗୁପ୍ତା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ସମ୍ମିଳନୀରେ ଆନ୍ଧ୍ରପ୍ରଦେଶ, ଚଣ୍ତୀଗଡ଼, ଗୋଆ, କେରଳ, ହରିୟାଣା, ମଧ୍ୟପ୍ରଦେଶ, ମଣିପୁର, ନୂଆଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ସିକିମ୍, ତାମିଲନାଡ଼ୁ, ଉତ୍ତରାଖଣ୍ତ ଓ ପଶ୍ଚିମବଙ୍ଗର ପ୍ରତିନିଧିମାନେ ଯୋଗ ଦେଇଥିଲେ।
ଶୈଶବ ହିଁ ଜୀବନର ଗୁରୁତ୍ବପୂର୍ଣ୍ଣ ସମୟ: ରାଜ୍ୟପାଳ
/sambad/media/post_attachments/wp-content/uploads/2018/11/madhu-sishu-adhikar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)