ସିନେମା ପାଇଁ ଘର ଛାଡ଼ି ପଳେଇଥିଲି

ଅଭୁଲା ଚଗଲାଦିନ

ପିଲାଦିନୁ ସିନେମା ପ୍ରତି ମୋର ଏକ ଅସମ୍ଭବ ଦୁର୍ବଳତା ଥିଲା। ଘରୁ ଲୁଚି ସିନେମା ଦେଖିବାରେ ମୋତେ ଖୁବ ଆନନ୍ଦ ମିଳୁଥିଲା। ହେଲେ ଘରେ ମୋର ଏହି ସିନେମା ପ୍ରୀତିକୁ ବିରୋଧ କରୁଥିଲେ। ସ୍କୁଲରେ ପଢ଼ିଲା ବେଳେ ଦିନେ ମୁଁ ଅଭ୍ୟାସବଶତଃ ସିନେମା ଦେଖିବାକୁ ପଳେଇଥିଲି। ହେଲେ ଯେତେବେଳେ ଘରେ ଏ ଖବର ଜଣାପଡ଼ିଲା ମୁଁ ପ୍ରବଳ ମାଡ଼ ଖାଇଲି। ବାସ୍‌, ମୋର ଅଭିମାନର ବାଲିବନ୍ଧ ଭୁଶୁଡ଼ି ପଡ଼ିଲା। ଘରେ କାହାକୁ କିଛି ନ କହି ମୁଁ ଚୁପ୍‌ଚାପ୍‌ ଘର ଛାଡ଼ି ପଳେଇଆସିଲି। ଦିନ ଯାଇ ରାତି ହେଲା। ମୁଁ ନଫେରିବାରୁ ଘର ଲୋକେ ମୋତେ ଏଣେତେଣେ ଖୋଜିବାରେ ଲାଗିଲେ। ଶେଷରେ ଦୀର୍ଘ ୩ ଦିନ ପରେ ମୁଁ ସେମାନଙ୍କୁ ମିଳିଲି। ସେହିଦିନଠାରୁ ମୋତେ ସିନେମାକୁ ନେଇ କେହି କିଛି କହିଲେ ନାହିଁ। ଆଉ ସିନେମା ହିଁ ମୋ ଜୀବନରେ ଅନେକ ପରିବର୍ତ୍ତନ ଆଣିବା ସହ ମୋ ପାଇଁ ନିଶା ଆଉ ପେସା ପାଲଟିଗଲା। ସତରେ ପିଲାଦିନର ମୋର ସେହି ପିଲାଳିଆମି ଓ ସିନେମା ପ୍ରେମ କଥା ମନେ ପଡ଼ିଲେ ଆଜି ବି ଓଠରେ ଚେନାଏ ହସ ଖେଳିଯାଏ।
ଚକ୍ରଧର ସାହୁ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ

ସମ୍ବନ୍ଧିତ ଖବର