ଭୁବନେଶ୍ବର: ସଂଭାବନା ପକ୍ଷରୁ ଆୟୋଜିତ ୫ ଦିନିଆ ‘ଓଡ଼ିଆ ମହୋତ୍ସବ’ର ଉଦ୍ଯାପନୀ ଦିବସର ପୂର୍ବ ସନ୍ଧ୍ୟାରେ ଶିଶୁ-କିଶୋର ଓଡ଼ିଆ ସ୍ବାଭିମାନ ପ୍ରତିଯୋଗିତା ଅନ୍ତର୍ଗତ ଓଡ଼ିଶୀ ଓ ଲଘୁନୃତ୍ୟ ପ୍ରତିଯୋଗିତା ଏକାମ୍ର ହାଟସ୍ଥିତ ମୁକ୍ତାକାଶ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶୀ ନୃତ୍ୟ ସହ ଓଡ଼ିଆ ଗୀତର ତାଳେ ତାଳେ ଲଘୁନୃତ୍ୟ ପରିବେଷଣ କରି ଶିଶୁ ଓ କିଶୋରମାନେ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲେ।
ଅନୁଷ୍ଠାନର ସଂପାଦକ ଦେବପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ମହୋତ୍ସବର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସିପିଆଇର ସର୍ବଭାରତୀୟ ସଂପାଦକ ରାମକୃଷ୍ଣ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ମୀନାକ୍ଷୀ ବେହେରା ଓ ଜି. ନାଗେଶ୍ବର ବିଚାରକ ଭାବେ ଯୋଗ ଦେଇଥିଲେ। ୫୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଶଂଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି, ସଦସ୍ୟ ରାଜଶ୍ରୀ ଶତପଥୀ, ପ୍ରଫୁଲ ଦେ ପ୍ରମୁଖ ପରିଚାଳନା କରିଥିଲେ।